ଜଗତସିଂହପୁର, ତା ୨୩/୦୯/୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ OCAC ର ଡୋମେନ୍ ପରାମର୍ଶଦାତା ଶ୍ରୀ ସତ୍ୟ ରଞ୍ଜନ ସାହୁ, ସ୍ଵତନ୍ତ୍ର ସଚିବ (ଅବସରପ୍ରାପ୍ତ), ଡୋମେନ୍ ପରାମର୍ଶଦାତା, ଜଗତସିଂପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ଵନ୍ ଭି ସି ହଲ ରେ OSWAS ପ୍ଲାଟଫର୍ମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଭିଜନ ରେ ଜିଲ୍ଲା ର ସମସ୍ତ କାର୍ଯ୍ୟ ପେପର୍ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସମସ୍ତ କାର୍ଯ୍ୟାଳୟକୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏବେଠାରୁ କୌଣସି ହାର୍ଡ ଫାଇଲ୍ ପ୍ରକ୍ରିୟାକରଣ କରାଯିବ ନାହିଁ। ସମସ୍ତ ପ୍ରକାରର ଫାଇଲ୍ କେବଳ OSWAS ପ୍ଲାଟଫର୍ମ ମାଧ୍ୟମରେ ପଠାଯିବ ଏବଂ ପ୍ରକ୍ରିୟାକରଣ କରାଯିବ।
ବିଶେଷକରି, ଆଜିଠାରୁ ସମସ୍ତ ଆର୍ଥିକ ଫାଇଲ୍ ବାଧ୍ୟତାମୂଳକ ଭାବରେ OSWAS ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ ବୋଲି ପରାମର୍ଶଦାତା ଶ୍ରୀ ସାହୁ କହିଥିଲେ।ସମସ୍ତ ବିଭାଗ ମୁଖ୍ୟଙ୍କୁ ଏହି ବିଷୟକୁ ଗମ୍ଭୀରତାର ସହ ନେବାକୁ ଏବଂ କେବଳ OSWAS ପ୍ଲାଟଫର୍ମ ମାଧ୍ୟମରେ ଫାଇଲ୍ ଦାଖଲ ଏବଂ ପ୍ରକ୍ରିୟାକରଣ ନିଶ୍ଚିତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକ ରେ ଓସ୍ୱନ୍ ହଲ ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଭି ସି ମାଧ୍ୟମ ରେ ଯୋଡି ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.