ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ସୟୁଂକ୍ତ ରାଷ୍ଟ୍ରସଙ୍ଘ ସମୁହ ଦେଶ ମାନଙ୍କ ଦ୍ଵାରା ୧୯୮୧ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ସ୍ଵରୂପ ନେଇ ଦୁଇହାତ ପାପୁଲିରେ ସାଂକେତିକ ଚି଼ହ୍ନ ପ୍ରଦର୍ଶିତ କରାଯାଇଥିଲା । ସ୍ଥାନୀୟ ଦୁଇ ଉଚ୍ଚ ବିଦ୍ୟାଳୟର ଉପସ୍ଥିତ ୮୫ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀଙ୍କୁ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର ଦାଶ, ଜିଲ୍ଲା ତାଲିମ କମିଶନର ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ କପୋତ ପକ୍ଷୀଭଳି ଶାନ୍ତିର ବାର୍ତ୍ତା ନେଇ ପ୍ରଥମେ ନିଜକୁ, ତାପରେ ନିଜ ସମାଜକୁ ଓ ନିଜ ଦେଶ ଶେଷରେ ସମଗ୍ର ବିଶ୍ୱରେ ଶାନ୍ତିର ଦୂତ ସାଜି ସମାଜରେ ଅହିଂସା, ପାରସ୍ପରିକ ବୁଝାବଣା ଦ୍ୱାରା ଯୁଦ୍ଧ ବନ୍ଦ ପାଇଁ ସଂକଳ୍ପ ନେବା, ସହିତ ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ଭଳି ପଦକ୍ଷେପ ନେବାକୁ ଉପଦେଶ ପ୍ରଦାନ କରିଥିଲେ । ଓଡ଼ଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ସ୍କାଉଟ ମାଷ୍ଟର ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ହତାକୁ ସଫେଇ କରାଯାଇ ସ୍ୱଚ୍ଛତାର ବାର୍ତ୍ତା ପ୍ରେରଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.