ମାଲକାନଗିରି, ୨୨/୦୯ ବେଧଡକ ଭାବେ ସରକାରୀ କ୍ୱାର୍ଟର୍ସ ମଧ୍ୟରେ ସ୍ଥାୟୀ ଗୃହ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଏଭଳି ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ କିଏ ଅନୁମତି ଦେଇଛି ଓ କାହା ନିର୍ଦ୍ଦେଶରେ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ବାଲିମେଳା ସହରରେ ଥିବା ଓଡ଼ିଶା ଜଳ ବିଦ୍ୟୁତ ନିଗମ ବା ଓଏଚପିସି କ୍ୱାର୍ଟର୍ସ ପରିସରରେ ଚାଲିଛି ବଡ଼ ବଡ଼ କୋଠା ଘର ନିର୍ମାଣ | ସରକାରୀ କ୍ୱାର୍ଟର୍ସ ମଧ୍ୟରେ ସଂପ୍ରସାରଣ କରିବା ବେଆଇନ ଥିବା ବେଳେ ଦୁଇ ମହଲା ତିନି ମହଲା କୋଠା ନିର୍ମାଣ ପାଇଁ କିଏ ଅନୁମତି ଦେଇଛି ବୋଲି ପ୍ରଶ୍ନ ଉଠିଛି। ଏପରି କିଛି କ୍ୱାଟରକୁ ଧୁଳିସାତ କରି ମଧ୍ଯ ନିର୍ମାଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ହୋଇଥାଇପାରେ ବୋଲି ଅଭିଯୋଗ ହୋଇଛି। ଓଏଚପିସି ବିଭାଗର ଡ୍ରଗଲାଇନ ସ୍ଥିତ ଗୋପୀ ପୂଜାରୀ କ୍ଲବ୍ ନିକଟରେ ଥିବା କିଛି କ୍ୱାର୍ଟର୍ସକୁ କିଏ କରିଛି ଜବରଦଖଲ ସେହିଭଳି ବାଲିମେଳା ରେ ଥିବା ପୋଟେରୁ ଜଳସେଚନ ପ୍ରକଳ୍ପ ର ଥିବା କିଛି କ୍ୱାଟର ଗୁଡିକରେ ମଧ୍ୟ ନିର୍ମାଣ ହେଉଛି ବେଆଇନି ଗୃହ ଏଥିରେ ଅଛିକି ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି | ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.