କେନ୍ଦ୍ରାପଡ଼ା:(ଜିଲ୍ଲା ପ୍ରତିନିଧି) ପ୍ରଫୁଲ୍ଲ କୁମାର ମଲ୍ଲ – କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭସାଣି ଅବସରରେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ଅପରାହ୍ନରେ ସ୍ଥାନୀୟ ମୁନିସିପାଲିଟି ଟାଉନ ହଲ ଠାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼,ମୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପୂଜା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ | ପୁରୁଣା ବସ ଷ୍ଟାଣ୍ଡ ଠାରୁ କେଶପୁର ଆଡକୁ ଯିବାକୁ ଥିବା ମେଢ଼ ଏବଂ ପୁରୁଣା ବସ ଷ୍ଟାଣ୍ଡଠାରୁ ନୁଆଁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ମେଢ଼ ନିମନ୍ତେ କ୍ରମନ୍ଵୟରେ ଯିବା ନିମନ୍ତେ ଲଟେରୀ ଉଠାଣ କରାଯାଇଥିଲା | ଚଳିତ ବର୍ଷ ଡିଜେ ଏବଂ ଭାଇଭ୍ରେଟରଙ୍କୁ ସମ୍ପୂର୍ଣ ବନ୍ଦ କରାଯାଇଛି | ଶୃଙ୍ଖଳିତ ଭାବେ ଚଳିତ ବର୍ଷ ପୂଜା ଆୟୋଜନ କରିବା ନିମନ୍ତେ ପୂଜା କମିଟି କୁ ଅନୁରୋଧ କରାଯାଇଛି |
Sign in
Sign in
Recover your password.
A password will be e-mailed to you.