ଆକ୍ସନ ମୋଡ଼ରେ ଅବକାରୀ ବିଭାଗ

3

ବଡ଼ବିଲ (ଶାସକ ପ୍ରଶାସକ)  – କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସିତାରାଣୀ ପଟ୍ଟାୟତଙ୍କ ନିର୍ଦେଶ କ୍ରମେ ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା ରାଓଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ରବିବାର ଦିନ ଯୋଡ଼ା, ବଡ଼ବିଲ, ବଲାଣୀ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଗୁଡିକରେ ଅଚାନକ ଚଢ଼ାଉ କରିଥିଲା।ଏହି ସ୍ୱତନ୍ତ୍ର ଟିମରେ ଯୋଡ଼ା ଅବକାରୀ ଅଧିକାରୀ ସବଇନ୍ସପେକ୍ଟର ପ୍ରଶାନ୍ତ କୁମାର ପରିଡା ଏବଂ ବଡ଼ବିଲ ଅଧିକାରୀ ସବଇନ୍ସପେକ୍ଟର ସନ୍ତୋଷ କୁମାର ନାଏକ ଓ ଭବେଶ ଚନ୍ଦ୍ର ନାଏକ ସମେତ ଚମ୍ପୁଆ ଯୋଡ଼ା ବଡ଼ବିଲର ଷ୍ଟାଫ ସାମିଲ ହୋଇ ମଦ ଦୋକାନରେ ଧାର୍ଯ୍ୟ ମୁଲ୍ୟଠାରୁ ଅଧିକ ମୂଲ୍ୟ ମାଗିବା, ନକଲି ମଦ ଏବଂ ଦୋକାନରେ ଷ୍ଟକ ଥିବା ମଦକୁ ଯାଞ୍ଚ କରିଥିଲେ।ତେବେ ଯାଞ୍ଚ ସମୟରେ ଦୋକାନରେ ଉପସ୍ଥିତ ଥିବା କିଛି ଗ୍ରାହକ ମାନଙ୍କ ପ୍ରତିକ୍ରିୟାଏବଂ ସମସ୍ୟା ଶୁଣି ତର୍ଜମା କରିଥିଲେ। ରବିବାର ଦିନ ପ୍ରଥମେ ଜୁରୁଡ଼ିରେ ଥିବା ମଦ ଦୋକାନ, ପରେ ବଡ଼ବିଲ ଅଞ୍ଚଳରେ ଥିବା ଦୋକାନ ନମ୍ବର-୪ ଏବଂ ବଲାଣୀ ସ୍ଥିତ ଦୋକାନରୁ ଯାଞ୍ଚ କରି ମଦର ନମୁନା ପରୀକ୍ଷା କରାଯାଇଥିବା ଚମ୍ପୁଆ ରେଞ୍ଜ ଅବକାରୀ ନିରୀକ୍ଷକ ଏଚ.ଜଗା. ରାଓ ସୂଚନା ଦେଇ ଆଗକୁ ଆହୁରି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି।

Leave A Reply

Your email address will not be published.