ଶୁଖା ଚଡକରେ ଯୁବକଙ୍କ ମୃତ୍ୟୁ, ଦୁଇଟି ଛେଳି ମଧ୍ୟ ନଷ୍ଟ

3

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତର ଦର୍ଲିପାଲି ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଶୁଖା ଚଡକ୍ (ବିଜୁଳି) ପ୍ରଭାବରେ ଜଣେ ୩୫ ବର୍ଷିଆ ଯୁବକ ଜୀବନ ହରାଇଛନ୍ତି। ମୃତକଙ୍କ ନାମ ସୁରେନ୍ଦ୍ର ବାଗ ବୋଲି ଚିହ୍ନଟ ହୋଇଛି।
ସ୍ଥାନୀୟ ସୂଚନା ଅନୁସାରେ, ସୁରେନ୍ଦ୍ର ବାଗ ଗ୍ରାମ ନିକଟସ୍ଥ ବିଲରେ କାମ କରୁଥିବା ସମୟରେ ହଠାତ୍ ଶୁଖିଲା ଚଡକ୍ (ବିଜୁଳି )ପଡ଼ିଥିଲା। ଏହି ଆଘାତରେ ସେ ଗୁରୁତର ଅବସ୍ଥାରେ ଧସିପଡ଼ିଥିଲେ। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତରମାନେ ପରୀକ୍ଷା କରି ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ କେବଳ ଜୀବନ ହାନି ହୋଇନି, ଗ୍ରାମରେ ଦୁଇଟି ଛେଳି ମଧ୍ୟ ଶୁଖା ଚଡକ୍(ବିଜୁଳି) ପ୍ରଭାବରେ ପ୍ରାଣ ହରାଇଛି। ଏହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରରେ ଅସହାୟତାର ପରିସ୍ଥିତି ସୃଷ୍ଟି ହୋଇଛି।
ଗ୍ରାମବାସୀମାନେ କହିଛନ୍ତି ଯେ, ସୁରେନ୍ଦ୍ର ବାଗ ପରିବାରର ମୁଖ୍ୟ ଅର୍ଥଉପାର୍ଜନକାରୀ ଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପରିବାର ଅସହାୟ ହୋଇପଡ଼ିଛି। ଏହି ପରିବାରକୁ ସରକାରୀ ସହାୟତା ମିଳିବା ଆବଶ୍ୟକ।
ବର୍ଷାକାଳରେ ବିଜୁଳି, ଶୁଖା ଚଡକ୍ ଆଦିରେ ପ୍ରତିବର୍ଷ ଗ୍ରାମାଞ୍ଚଳରେ ଜନମୃତ୍ୟୁ ଓ ଅନ୍ୟାନ୍ୟ କ୍ଷତି ଘଟୁଥାଏ। ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଗ୍ରାମବାସୀଙ୍କ ଜୀବନ-ଜୀବିକାରେ ଏହାର ପ୍ରଭାବ ଭୟାବହ ହେଉଛି।
ଗ୍ରାମବାସୀମାନଙ୍କ ଦାବି, ମୃତ୍ୟୁବରଣ କରିଥିବା ସୁରେନ୍ଦ୍ର ବାଗଙ୍କ ପରିବାରକୁ ସରକାରୀ ସହାଜତ ତୁରନ୍ତ ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନ କୁ ଦାବି କରୁଛନ୍ତି l

Leave A Reply

Your email address will not be published.