“ଜି ଏସ୍ ଟି ରିଫର୍ମ ହେଉଛି ପାର୍ବଣ ରୁତୁରେ ମୋଦି ସରକାରଙ୍କ ଜନସାଧାରଣ ଙ୍କୁ ଉପହାର”

3

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:  ଜି.ଏସ୍ .ଟି କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ନିଷ୍ପଭି ସଂକ୍ରାନ୍ତରେ, ସାଧାରଣ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ରଂଜନଗର ବିଜେପି ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସାମ୍ବାଦିକ ଆଜି ୨୧ ତାରିଖ ରବିବାର ୨୦୨୫ ରେ ସ୍ଥାନୀୟ ଜାମପଲ୍ଲି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗଂଜାମ ଜିଲ୍ଲା ଇଂଜନଗର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ, ବିଜେପି ସାଙ୍ଗଠନିକ ଜିଲ୍ଲା ଜିଲ୍ଲା ସଭାପତି ନୀଳମାଧବ ପାତ୍ରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ସରକାର ଙ୍କ ଜି ଏସ୍ ଟି ରିଫର୍ମ କୁ ନେଇ କହିଥିଲେ ଯେ, ଏହା ହେଉଛି ପାର୍ବଣ ରୁତୁରେ ମୋଦି ସରକାର ଙ୍କ ଜନସାଧାରଣ ଙ୍କୁ ଉପହାର ଭେଟି। ଏହାକୁ ନେଇ ଦୀପାବଳୀ ରେ ଯେପରି ବାଣ ଫୁଟାଇ ଉତ୍ସବ ମନାଯାଏ, ସେପରି ଉତ୍ସବ ଆମେ ମାନେ ପାଳନ କରିବା ଉଚିତ। ଜିଏସଟି କୁ ନେଇ କେନ୍ଦ୍ର ସରକାର ନେଇଥିବା ଏଭଳି ନିଷ୍ପତ୍ତି ଦ୍ବାରା ଉଭୟ ଜନସାଧାରଣ ଏବଂ ଦେଶର ଅର୍ଥନୈତିକ ପ୍ରଗତି ସମ୍ଭବ ହୋଇ ପାରିବ ବୋଲି, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ପାତ୍ର ଏବଂ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମତ ରଖିଥିଲେ ।

ଆୟୋଜିତ ସମ୍ମିଳନୀରେ ବିଜେପି ଦଳର ସନ୍ତୋଷ ତିଆଡି, ସନ୍ତୋଷ କୁମାର ପାଳ, ଧୋବା ଗୌଡ଼, ରବିନ୍ଦ୍ର କୁମାର ଗୌଡ, ଏବଂ ବରିଷ୍ଠ କର୍ମକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ ‌।

Leave A Reply

Your email address will not be published.