ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଓଡିଆ ବିଭାଗ ତରଫରୁ ”ଯୋଗ ଦର୍ଶନ” ସମ୍ବନ୍ଧରେ ପାଠଚକ୍ର ଓ ନବାଗତା ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ପାଠଚକ୍ରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ରୀନା ସାହୁ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁରେନ୍ଦ୍ରନାଥ ରଥ (ଅବସର ପ୍ରାପ୍ତ ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଓ ଗଜପତି ଜିଲ୍ଲା ଯୋଗ ପ୍ରଭାରୀ) ସମ୍ମାନିତ ଅତିଥି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ (ଜିଲ୍ଲା ନାରୀ ପ୍ରଭାରୀ ଭାବେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ-ଯୋଗ ଗୁରୁ) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପରେ ତୃତୀୟ ବର୍ଷ କଳା ଛାତ୍ରୀ ସୁଶ୍ରୀ କଳ୍ପନା ନାଗବଂଶ ଅତିଥି ଆବହନ କରିବା ସହ , ଅଧ୍ୟକ୍ଷା ଓ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ, ଅତିଥି ମାନଙ୍କୁ ଅଧ୍ୟକ୍ଷାଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭିକ ସଂଗୀତରେ ଦ୍ବିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ସରୋଜିନୀ ଶବର , ସୁଶ୍ରୀ ମଞ୍ଜୁ ଶବର , ସୁଶ୍ରୀ ବିନିତା ଭୂୟାଁ , ସୁଶ୍ରୀ ମନିଷା ଗମାଙ୍ଗ , ସୁଶ୍ରୀ ମମିତା ମାଞ୍ଜି ଭାଗ ନେଇଥିଲେ। ଅତିଥି ପରିଚୟ ସୁଶ୍ରୀ ଏମ୍.ଅଞ୍ଜଳି ପ୍ରଦାନ କରିଥିବା ବେଳେ ଛାତ୍ରୀ ସୁଶ୍ରୀ କଳ୍ପନା ନାଗବଂଶ , ସୁଶ୍ରୀ ସରିତା ରାଇକା , ସୁଶ୍ରୀ ଡଲିରାଣୀ ଦେବୀ ପାଠଚକ୍ରରେ ପଠନ କରିଥିଲେ । ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ କହିଥିଲେ ଯୋଗ ଦର୍ଶନ କଣ ଏହା ଆରମ୍ଭ କିପରି ହେଇଥିଲା ଏବଂ ଯୋଗ ଦର୍ଶନର ବାରଟି ଅଧ୍ୟାୟ ଓ
ସାଂଖ୍ୟରେ ପଚିଶଟି ତତ୍ବ ତା ସହ ଯମ , ନିୟମ , ଆସନ , ପ୍ରଣୟନ , ପ୍ରତ୍ୟାହାର , ଧ୍ୟାନ , ଧାରଣା , ସମାଧି ଆଠଟି ଉପାୟରେ ଯୋଗ ଦ୍ବାରା ସମସ୍ତ ବାଧା ଦୂର କରାଯାଏ ବୋଲି କରାଯାଏ । ତା ସହ ନାଭିଚକ୍ର , ସୁଷୁମ୍ନାକାଣ୍ଡ , ଇଡା , ପିଙ୍ଗଳା ଛଅଟି ଚକ୍ର ଓ କୁଣ୍ଡଳିନୀ ନାଡୀ , ବୃହରନ୍ଧ୍ର ଉପରେ ଆଲୋଚନା କରିଥିଲେ। ତତ୍ ସଙ୍ଗେ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସମ୍ମାନୀତ ଅତିଥି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ନାରୀ ଯୋଗଗୁରୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯୋଗ ଅଭ୍ୟାସ ଶରୀର ଓ ମନ , ବର୍ମ , ବିଚାର ତଥା ମାନବ ପ୍ରକୃତି ମଧ୍ୟରେ ସନ୍ତୁଳିତ ସ୍ଥାପିତ ହୋଇଥାଏ। ଯୋଗ ଦ୍ବାରା କିପରି ଶରୀର ଓ ମାନସିକ ସ୍ତରରେ ଉନ୍ନତି ହୋଇଥାଏ ଏବଂ ସୁସ୍ଥ ଜୀବନ ଯାପନ କରିଥାଏ । ଏବଂ କହିଥିଲେ ଯୋଗ ଅନଲାଇନ ମାଧ୍ୟମରେ କିପରି ଶିକ୍ଷା ଦିଆଯାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ପାଠଚକ୍ରରେ ଶ୍ରୀମତୀ ପାଣିଗ୍ରାହୀ ‘ଯୋଗସନ୍ଦର୍ଶିକା’, ‘ପ୍ରାଣାୟନ ରହସ୍ୟ’, ‘ଔଷଧ ଦର୍ଶନ’, ପୁସ୍ତକ ଛାତ୍ରୀ ମାନଙ୍କୁ ବଣ୍ଟନ କରିଥିଲେ।
ପାଠଚକ୍ରରେ ମୁଖ୍ୟ ଅତିଥି ଶ୍ରୀ ସୁରେନ୍ଦ୍ରନାଥ ରଥ ଜିଲ୍ଲା ପ୍ରଭାରୀ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଯେ ଯୋଗ ହେଉଛି ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ ବରଦାନ ଅଟେ । ଯୋଗ ବ୍ୟାୟାମ ଦ୍ବାରା ଆମ ଭିତରେ ସଚେତନତା ସୃଷ୍ଟି କରିଥିଲେ । ତା ସହ ଯୋଗ ଦର୍ଶନର ଚାରଟି ପାଦ , ପାଦରେ କେତୋଟି ସୂତ୍ର ସହ ସମାଧି ପାଦ , ସାଧନ ପାଦ , ବିଭୂତି ପାଦ , କୈବଲ୍ୟ ପାଦ ଓ ହେୟର ଅଭିପ୍ରାୟ ବିଷୟରେ ଆଲୋଚନା କରିଥିଲେ । ସେ ହରିଦ୍ବାରରେ ଆଡଭାନସ୍ ଯୋଗାଭ୍ୟାସ ତାଲିମ୍ ନେଉଥିବା ବେଳେ ରାମଦେବ ବାବାଙ୍କ ସହ ନିଜ ଅନୁଭୂତିକୁ ନିଜ ବକ୍ତବ୍ୟରେ ସାମିଲ କରିଥିଲେ ।
ସମସ୍ତ ଅତିଥି ବୃନ୍ଦ ଛାତ୍ରୀମାନଙ୍କୁ ନିତ୍ୟ ଜୀବନରେ ଯୋଗର ପ୍ରୟୋଗ ବିଷୟରେ ଉପଦେଶ ଦେଇଥିଲେ। ଶେଷରେ ସୁଶ୍ରୀ ପ୍ରିନସେସ୍ ରାଇକା ଧନ୍ୟବାଦ ଅର୍ପଣ କରିବା ସହ ସଭାସାଂଗ ଘୋଷଣା କରାଯାଇଥିଲା । ଏଥିରେ ଓଡିଆ ବିଭାଗର ତିନି ବର୍ଷର ଛାତ୍ରୀ ଗଣ ଏହି ପାଠଚକ୍ରରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.