ବେଳା ଭୂମିକୁ ଡଷ୍ଟବିନ୍ କରାନଯାଉ : ‘ଦ ବେଲ୍’ ତରଫରୁ ସ୍ୱଚ୍ଛତା ଦିବସ ପାଳନ

3

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀରେ ଦ ବେଲ୍ ଓ ଫୋରମ୍ ଫର୍ ପିପୁଲ୍ ଆଣ୍ଡ ନେଚର, ଭୁବନେଶ୍ୱରଙ୍କ ଆନୁକୂଳ୍ୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ତଟ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଲାଇଟ୍‌ ହାଉସ ସାମ୍ନା ବେଳାଭୂମିରେ ଆୟୋଜିତ ସାଙ୍କେତିକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପୂର୍ବତନ ଆଇଏଫଏସ ସୁରେଶ କୁମାର ମିଶ୍ର, ଆଇଏଫଏସ ନିମାଇଁ ଚରଣ ମହାନ୍ତି, ବରିଷ୍ଠ ପରିବେଶ ବିଜ୍ଞାନୀ ମିହିର ପଟ୍ଟନାୟକ, ଓଏଫଏସ ଶିବ କୁମାର ମିଶ୍ର, ‘ଦ ବେଲ୍’ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଆଦି ଅତିଥିମାନେ ଯୋଗଦେଇ “ବେଳାଭୂମିକୁ ଡଷ୍ଟବିନ୍ କରିବା ନୁହେଁ, ସ୍ୱଚ୍ଛତା ରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ” ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ପୁରୀ ବିଚ୍ ଫଟୋଗ୍ରାଫର୍ ମହାସଂଘକୁ ‘ସ୍ବର୍ଣ୍ଣାଭ ବେଳାଭୂମି ଶ୍ରୀ ସମ୍ମାନ’ ଏବଂ ବରିଷ୍ଠ ମତ୍ସ୍ୟଜୀବୀ ବୁଲା ବେହେରାଙ୍କୁ ‘ରତ୍ନାକର ସମ୍ମାନ’ ପ୍ରଦାନ କରାଗଲା । ପୁରୀ କିନ୍ନର ମହାସଂଘ, ପୁରୀ ବିଚ୍ ଫଟୋଗ୍ରାଫର୍ ମହାସଂଘ, ଶ୍ରୀଜଗନ୍ନାଥ ଚାରିଟେବଲ୍ ଟ୍ରଷ୍ଟ, କଳିଙ୍ଗ ସ୍ମାର୍ଟ ସ୍କୁଲ, କ୍ଷେତ୍ରମୋହନ ଫାଉଣ୍ଡେସନ, ବୁଢୀମା ମତ୍ସ୍ୟଜୀବୀ ସମିତି ଓ ଏକଲବ୍ୟ ପାଠଶାଳାର ଛାତ୍ରଛାତ୍ରୀମାନେ ସଫାଇ କାର୍ଯ୍ୟରେ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମକୁ ‘ଦି ବେଲ୍’ ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ପରିଚାଳନା କରିଥିଲେ ଏବଂ ସମ୍ପାଦକ ରାଜକିଶୋର ପାତ୍ର ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.