ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)-ସ୍ଥାନୀୟ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତରଫରୁ ଏଡ଼ସ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଏଡ଼ସ ସମ୍ପର୍କିତ ପରାମର୍ଶ ଦାତା ମମତା ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅର୍ଚ୍ଚନା ପ୍ରଧାନ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାର ଭରଣ ପୋଷଣ ପାଇଁ ବା ଅଧିକ ରୋଜଗାର ସକାଶେ ସୁଦୂର ତାମିଲନାଡୁ, ସୁରଟ ଓ କେରଳକୁ ଦାଦନ ଖଟିବାକୁ ଯାଉଥିବା ଜନ ସାଧାରଣଙ୍କ ସଚେତନତା ଅଭାବରୁ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଦିନକୁ ଦିନ ଏଡ଼ସ୍ ରୋଗୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟତଃ ୨୫ ରୁ ୩୦ ବର୍ଷ ବୟସ୍କ ଲୋକମାନଙ୍କ ଠାରେ ଏହି ରୋଗର ଲକ୍ଷଣ ବର୍ତ୍ତମାନ ଅଧିକ ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀ ତଥା ଯୁବ ରେଡ଼କ୍ରସର ସ୍ବେଛାସେବୀ ମାନେ ସ୍ଥାନୀୟ ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ସଚେତନତା କାର୍ଯ୍ୟକଲେ ଏଠାରେ ଏଡ଼ସ୍ ଭଳି ମାରାତ୍ମକ ଭୁତାଣୁ କବଳରୁ ମାନବ ସଭ୍ୟତାକୁ ରକ୍ଷା କରିପାରିବ ବୋଲି ମଞ୍ଚାସିନ ଅତିଥିବୃନ୍ଦ ନିଜ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡ଼କ୍ରସର ପରାମର୍ଶ ଦାତା ଡ଼ଃ ସଂଜୀବ କୁମାର ଦାଶ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.