ଅସ୍ତରଙ୍ଗ: ସବୁ ବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ଦୀର୍ଘତମ ବେଳାଭୂମି ପୁରି ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହୋଇ ଜାଇ ଅଛି l ଚଳିତ ମାସ ୨୦ ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି, ପାଳନ ହେଉ ଥିବା ବେଳାଭୂମି ସଫେଇ ଦିବସ ପାଳନ ଅବ ସରରେ,ଏହି ମହତ କାର୍ଯ୍ୟକ୍ରମ ରେ ବନ ବିଭାଗ, ପର୍ଯ୍ୟଟନ ବିଭାଗ, ବ୍ଲକ ପ୍ରଶାସନ, ବନ ସୁରକ୍ଷା ସମିତି, ଓ ଗଣ ମାଧ୍ୟମ ପ୍ରତିନିଧି, ବେଳାଭୂମି ହାଇ ସ୍କୁଲ ର ଛାତ୍ର ଛାତ୍ରୀ ଆଦି ଭାଗ ନେଇଥିବା ବେଳେ,ବେଳାଭୂମି ସଫେଇ କାର୍ଯ୍ୟକ୍ରମ ରେ ୧ ହଜାର ପାଖାପାଖି ସ୍ୱଚ୍ଛା ସେବି ଭାଗ ନେଇ ୧୦କିଲୋ ମିଟର ପର୍ଯ୍ୟନ୍ତ ସମୁଦ୍ର ତଟ ର ଅଳିଆ ଆବର୍ଜନା ସଫା କରିଥିଲେ l ଏହା ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା l ଏଥିରେ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠି, ସଂସଦ ପ୍ରତିନିଧି ଦିବାକର ଛାଟୋଇ, ବ୍ଲକ ଉପାଧ୍ୟକ୍ଷ ଦୃଜୟ ମିଶ୍ର,ସରପଞ୍ଚ କ୍ଷୀର କାଣ୍ଡି, ଓ ରାମଚନ୍ଦ୍ର କାଣ୍ଡି,ବରିଷ୍ଠ ସାମ୍ବାଦିକ ଦୁଃଶାସହ ନାୟକ, ବେଳାଭୂମି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସ୍ୱାଇଁ, ଇଉଟେକ ସର୍ଭିସ ଭୁବନେଶ୍ୱର ର ମୁଖ୍ୟ ରଞ୍ଜନ କୁମାର ସ୍ୱାଇଁ,ପ୍ରମୁଖ ଭାଷଣ ଦେଇ, ସଂଗୃହିତ ଅଳିଆ କୁ ବେଳା ଭୂମିରେ ନ ପକାଇବା, ସାମୁଦ୍ରିକ ଜୀବନ ଉପରେ ପ୍ଲାଷ୍ଟିକ କ୍ଷତି କାରକ ଥିବାରୁ ତାର ପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା, ପ୍ରଦୂଷଣ ଓ ଅପଚୟରୁ ସମୁଦ୍ର କୁ ଦୁରେଇ ରଖିବା,ଜୀବନ ପାଇଁ ସ୍ଵଚ୍ଚ ଓ ସୁସ୍ଥ ସମୁଦ୍ର ଆପଣେଇ ନେବା ସହ ସର୍ବଦା ଜୈବିକ ଖତ ପ୍ରୟୋଗ କରି ସୁସ୍ଥ ଜୀବନ ଶୈଳୀ ଗ୍ରହଣ କରିବା ଆଦି ଉପରେ ଆଲୋକ ପାତ କରିବା ଓ ଜଳ ଯିବ ମାନଙ୍କ ହିତ ଓ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କଲାଭଳି, ଏହି ବେଳାଭୂମି କୁ ସରସ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆହ୍ୱାନ ଦେଇ ଥିଲେ l ସକାଳ ୭ ଘଟିକା ଠାରୁ ଆରମ୍ଭ ହୋଇ ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିବା ଏହି ସଫେଇ କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ଫରେଷ୍ଟର କାଳୀ ଚରଣ ମହାନ୍ତି ଓ ଫରେଷ୍ଟର ମାନସ କୁମାର ବେହେରା l
Sign in
Sign in
Recover your password.
A password will be e-mailed to you.