ପଟ୍ଟାମୁଣ୍ଡାଇରେ ଅବୈଧ ଦୋକାନ ଉଚ୍ଛେଦ

3

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଛି। ସରକାରୀ ଜମି ଉପରେ ଦୀର୍ଘଦିନ ଧରି ବସିଥିବା ଅବୈଧ ଦୋକାନୀ ମାନଙ୍କୁ ହଟାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ପୂର୍ବରୁ ଦୋକାନୀ ମାନଙ୍କୁ ଜାଗା ଖାଲି କରିବା ପାଇଁ ପ୍ରଶାସନୀୟ ଭାବେ ନୋଟିସ୍ ଦିଆ ଯାଇଥିଲା। କିନ୍ତୁ କୌଣସି ଦୋକାନୀ ନିଜ ସ୍ଥାନ ଛାଡ଼ି ଯାଇନଥିବାରୁ ଶେଷରେ ବଳପୂର୍ବକ ଉଚ୍ଛେଦ ପଦକ୍ଷେପ ନିଆଯାଇଛି। ପ୍ରଶାସନ ପକ୍ଷରୁ କହାଯାଇଛି ଯେ, ଆଗାମୀ ପର୍ବ ସମୟରେ ସହରରେ ଯାତାୟାତ ସୁବିଧା, ସୁରକ୍ଷା ଓ ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଆବଶ୍ୟକ। ଅନ୍ୟପଟେ, କିଛି ଦୋକାନୀ ଅଭିଯୋଗ କରିଥିଲେ ଯେ, ବର୍ଷଗୁଡ଼ିକ ଧରି ସେମାନେ ସେହି ସ୍ଥାନରୁ ଜୀବିକା ଚାଲାଇ ଆସୁଥିବାରୁ ହଟାଇଦେଲେ ସେମାନଙ୍କ ପରିବାରୀକ ଜୀବନ ସଂକଟରେ ପଡ଼ିବ। ପ୍ରଶାସନୀୟ ଉଚ୍ଛେଦ କାର୍ଯ୍ୟରେ ପୋଲିସ୍ ବାହିନୀ ମଧ୍ୟ ସହଯୋଗ କରିଥିଲେ। ସହରର ପ୍ରମୁଖ ସ୍ଥାନ ଗୁଡ଼ିକରୁ ଅବୈଧ ଦୋକାନ ହଟିବା ସହିତ ପର୍ବ ସମୟରେ ଯାତାୟାତରେ ସୁବିଧା ମିଳିବ ବୋଲି ସ୍ଥାନୀୟ ମାନେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.