ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତ

3

ବିଜେପୁର :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ପକ୍ଷ ପାଳନର ଅବସରରେ ବିଜେପୁର ବ୍ଲକ ଜାରିଂରେ ଆଜି ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ଆୟୋଜିତ ହୋଇ ସଫଳତାର ସହିତ ସମାପ୍ତ ହୋଇଯାଇଛି। ଏହି ଉଦ୍ୟମରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ, ସଚେତନ ଯୁବକମାନେ ଓ ଗ୍ରାମବାସୀଙ୍କ ସକ୍ରିୟ ଭାଗୀଦାରି ଦେଖିବାକୁ ମିଳିଥିଲା।
ଶିବିରଟି ଜାରିଂ ମଣ୍ଡଳ ସଭାପତି ଆନନ୍ଦ ବାରିକ, ଜିଲ୍ଲା ପରିଷଦ ସୁଶାନ୍ତ ଗଡ଼ତୀୟା ଓ ଯୋଗୀନ୍ଦ୍ର ପଧାନଙ୍କ ତତ୍ୱାଧାନରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଡ଼କ୍ଟର ରୋଜାଲିନ ମେହେର (ଅମୃତ ଧାରା ନର୍ସିଙ୍ଗହୋମ) ଉପସ୍ଥିତ ହୋଇଥିଲେ। ସେ ପ୍ରଥମେ ସ୍ୱୟଂ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ସବିତା ସାହୁ, ଉପସ୍ଥିତ ଥିଲେ। ସମସ୍ତେ ମିଶି ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରି, ଯୁବପୀଢ଼ୀଙ୍କୁ ସଚେତନ କରିଥିଲେ।
ଶିବିରରେ ୫ ଜଣ ମହିଳାଙ୍କ ସହ ୫୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।
ବରଗଡ ରକ୍ତଭଣ୍ଡାର ର କର୍ମଚାରୀ ଅମେରେନ୍ଦ୍ର ମହାନ୍ତି, ରେବତୀକାନ୍ତ ସାହୁ, ଶ୍ରୀବଚ ସେଠ ଓ କୃଷ୍ଣଚନ୍ଦ୍ର ସାହୁ ସମସ୍ତ ରକ୍ତ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ଭାବରେ ସମ୍ପାଦନ କରିଥିଲେ।
ଶିବିରକୁ ସଫଳ କରିବାରେ ନରେସ ମେହେର, ବିସିକେଶନ ମେହେର,ଅନିଲ ସାହୁ, ଧରଣୀଧର ମେହେର, ସୁବ୍ରତ ବାରିକ, ବିନୋଦ ବିଶ୍ୱାଳ, ସପ୍ନ ମଟାରୀ, ଆଲୋକ ଗିରି, ଦୀପକ ସାହୁ, ଶ୍ରୀରାମ ସାହୁ,ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର, ସମିତି ସଭ୍ୟା ସୁଜାତା ସେଠ, ପଙ୍କଜିନୀ ଦନ୍ତା ଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା।
ଅତିଥିମାନେ ରକ୍ତଦାନକୁ ମହାନ ସେବା କାର୍ଯ୍ୟ ବୋଲି ବର୍ଣ୍ଣିତ କରିଥିଲେ ଓ କହିଥିଲେ ଯେ, ଏହିପରି ଶିବିର ସାମାଜିକ ସହଯୋଗ, ମାନବତା ଓ ସହଯାତ୍ରୀତ୍ୱର ସତ୍ୟ ସନ୍ଦେଶ ବହନ କରେ।
ଶେଷରେ, ସମସ୍ତଙ୍କୁ ଆଗାମୀଦିନରେ ଏହିପରି ସଚେତନତାମୂଳକ ଓ ସମାଜସେବୀ କାର୍ଯ୍ୟକ୍ରମକୁ ନିୟମିତ କରିବାକୁ ଆହ୍ୱାନ କରାଗଲା।

Leave A Reply

Your email address will not be published.