ସଂରକ୍ଷିତ ଜଙ୍ଗଲରୁ ଜବତ ହେଲା ଢିମା ବୋଝେଇ ଟ୍ରାକ୍ଟର,ଜଣେ ଗିରଫ

3

ଓଡ଼ଗାଁ,୧୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ସେକ୍ସସନ ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଓଡ଼ଗାଁ ବନ ବିଭାଗ ଓଆର ୦୨ କେ ୨୪୨୭ ନମ୍ବର ବିଶିଷ୍ଟ ଏକ ଗେଟେମା ପଥର ବୋଝେଇ ଟ୍ରାକ୍ଟର ଏବଂ ଓଆର ୦୨କେ ୨୪୦୮ ଡାଲାକୁ ମଧ୍ୟ ଜବତ୍ କରିଛନ୍ତି । ଏଥି ସହିତ ସ୍ଥାନୀୟ ହରିପୁର ଗାଁର ଟ୍ରାକ୍ଟର ଚାଳକ କୃଷ୍ଣଚନ୍ଦ୍ର ବେହେରା (୫୧)କୁ ଗିରଫ କରି ୧୯ ତାରିଖରେ କୋର୍ଟ ଚାଲାଣ କରିଛନ୍ତି । ଗତ ୧୮ ତାରିଖ ସନ୍ଧ୍ୟାରେ ବାହାଡାଝୋଲା ବନପାଳ ମନୋଜ କୁମାର ସେଠୀ ଏବଂ ବନରକ୍ଷୀ ସୁନିଲ କୁମାର ନାୟକ ସାନ୍ଧ୍ୟ ପାଟ୍ରୋଲିଂ କରୁଥିବା ସମୟରେ ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଟ୍ରାକ୍ଟରକୁ ଦେଖି ପିଛା କରି ନିଜ ଆୟତକୁ ଆଣିବା ସହିତ ଚାଳକକୁ ଗିରଫ କରିଥିଲେ । ସଂରକ୍ଷିତ ଜଙ୍ଗଲରୁ ବେଆଇନ ଖଣିଜ ପଦାର୍ଥ ସଂଗ୍ରହ ଅଭିଯୋଗରେ ୪୮-୨୦୨୫/୨୬ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଫରୁଆଡ କରିଥିଲେ । ପ୍ରକାଶ ଥାଉ କି ଟ୍ରାକ୍ଟର ଚାଳକର ସୂଚନା ମୁତାବକ ଜବତ୍ ଟ୍ରାକ୍ଟରଟି ସଞ୍ଜୀବ ବେହେରାଙ୍କର ବୋଲି ଜଣାପଡିଛି ।

Leave A Reply

Your email address will not be published.