ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବକ୍ସିସାହିରେ ରହୁଥିବା ଡ. ଶଙ୍କର ପ୍ରସାଦ ବକ୍ସିଙ୍କ ପୌତ୍ର ରୋହନ ବକ୍ସି ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି।
ସେ ଆସନ୍ତା ମାସରେ ଚଣ୍ଡିଗଡ ଠାରେ ଜାତୀୟ ସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିବେ। ଶିବଦତ୍ତ ବକ୍ସି ଓ ଅର୍ଚ୍ଚନା ବକ୍ସିଙ୍କ ପୁଅ ଭୂବନେଶ୍ୱରସ୍ଥିତ ଲୋୟୋଲା ସ୍କୁଲରୁ କ୍ରୁତିତ୍ୱର ସହ ଦଶମ ଆଇସିଏସ୍ ଇ ପରୀକ୍ଷାରେ ୯୩.୬℅ ରଖି କ୍ରୁତକାର୍ଯ୍ୟ ହୋଇଥିଲେ। ଏକାଧାରାରେ ମେଧାବୀ ଛାତ୍ର ହିସାବରେ ନିଜର ଗୌରବ ରଖି କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଛି।
ଗତବର୍ଷ ଅଣ୍ଡର-୧୭ରେ ଓଡ଼ିଶା ସ୍କୁଲ ଟିମ୍ ତରଫରୁ ଭୋପାଳ ଠାରେ ଭାଗ ନେଇଥିଲେ। ପରନ୍ତୁ ରୋହନଙ୍କ ଜେଜେବାପା ତଥା ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.
ଶଙ୍କର ପ୍ରସାଦ ବକ୍ସି ମଧ୍ୟ ନିଜ କଲେଜ ଜୀବନରେ କ୍ରିକେଟ ଖେଳାଳି ଥିଲେ ଏବଂ ସେ ଆନ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଭାଗ ନେଇଥିଲେ। ରୋହନଙ୍କ କକା ଦେବଦତ୍ତ ବକ୍ସି ମଧ୍ୟ ଦୁଇଥର ଆନ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଭାଗ ନେଇଛନ୍ତି। ଭବିଷ୍ଯତରେ ସେ ସାମରିକ ବାହିନୀରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।ରୋହନଙ୍କ ଏହି ବିରଳ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ମିଳିଛି।
Sign in
Sign in
Recover your password.
A password will be e-mailed to you.