ଜି ଆଇ ଆଇ ଟି ବିଶ୍ବବିଦ୍ୟାଳୟରେ ଦୁଇଦିନିଆ ଖାଦ୍ୟ ପାଇଁ ଜୀବନ ହ୍ୟାକାଥନ ୧.୦ ଉଦଘାଟିତ

3

ଗୁଣୁପୁର -୧୯/୯/୨୫- ଆଜି ସ୍ଥାନୀୟ ଜି ଆଇ ଆଇ ଟି ବିଶ୍ବବିଦ୍ୟାଳୟରେ ଦୁଇଦିନିଆ ଜୀବନ ପାଇଁ ଖାଦ୍ୟ ହ୍ୟାକାଥନ-୧.୦ ମହାଆଡ଼ମ୍ବରରେ ଉଦଘାଟନ ହୋଇଯାଇଛି। ବିଶ୍ବବିଦ୍ୟାଳୟର ବାଇରାକ ଇ- ୟୁବା କେନ୍ଦ୍ର ଓ ବାୟୋ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ ଅଗ୍ରିକଲ୍ଚର, ସ୍କୁଲ ଅଫ ସାଇନ୍ସସେସ ଏବଂ କେମିକାଲ ଇଞ୍ଜିନୟରିଙ୍ଗ୍ ବିଭାଗ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।ଏହି ଉଦ୍ଘାଟନୀ ଉତ୍ସଵରେ ଭାରତ ସରକାରଙ୍କ ଜାତୀୟ ପୋଷଣ ସଂସ୍ଥାନ ହାଇଦ୍ରାବାଦର ବରିଷ୍ଠ ବୈଜ୍ଞାନିକ ‘ଏଫ୍’ ତଥା ଉପନିର୍ଦ୍ଦେଶକ ଡ.ଜେ.ଶ୍ରୀନିବାସ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବକମାନଙ୍କୁ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ୟମିତାକୁ ସମ୍ମିଳିତ କରି ଭବିଷ୍ୟତରେ ଖାଦ୍ୟ ସମସ୍ୟା ସମାଧାନ ବିଷୟରେ କହିଥିଲେ। ବିଶ୍ଵବିଦ୍ୟାଳୟର ଉପସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ସକାରାତ୍ମକ ଚିନ୍ତାଧାରା ସହ ଉତ୍ତମ ଜୀବନ ଶୈଳୀର ଆବଶ୍ୟକତା ବିଷୟରେ କହିଥିଲେ।କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗଦେଇ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କୁ ଅଧିକରୁ ଅଧିକ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।।ସ୍ଵତନ୍ତ୍ର ଅତିଥି ଭାବେ ଭାରତ ସରକାରଙ୍କ ସି ଏସ ଆଇ ଆର ବିଭାଗର ମୁଖ୍ୟ ବୈଜ୍ଞାନିକ ଡ଼ ମିନାକ୍ଷୀ ସିଂ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଏହି ଜୈବିକ ଖାଦ୍ୟର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ବୈଜ୍ଞାନିକ ପୂର୍ବ ପରାମର୍ଶଦାତା ଡ. ଡି ୟଗେଶ୍ୱର ରାଓ ଯୋଗ ଦେଇ ଉଦ୍ଭାବନ ଓ ସୃଜନଶୀଳତା ବିଷୟରେ କହିଥିଲେ । ହାଇଦ୍ରାବାଦ ସ୍ଥିତ ଫର୍ ହେର ୱେଲ ବିଂ ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ରାଗା ଦୀପ୍ତି ଇଡିଗା ଯୋଗଦେଇ ନାରୀ ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଓ ନିରାକରଣ ବିଷୟରେ କହିଥିଲେ ।ଫେଡର୍ସନ ଅଫ ଏସିଆନ ବାୟୋଟେକ୍ ଆସୋସିଏସନ୍ ର ମୁଖ୍ୟ ଡ. ଜଗଦିଶ ଗୁଣ୍ଡଲା ଯୋଗ ଦେଇ ଏହି ସଂସ୍ଥାନର ବିଭିନ୍ନ ଗବେଷଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଓ ସୁଯୋଗ ବିଷୟରେ କହିଥିଲେ। ଭୁବନେଶ୍ୱର ସ୍ଥିତ ଭାରତୀୟ ଜୈବ ବିଜ୍ଞାନ ସଂସ୍ଥାନର ମୁଖ୍ୟ ଡ଼ା. ନିବେଦିତା ଜେନା ଏବଂ ନୂଆଦିଲ୍ଲୀ ସ୍ଥିତ ବାୟୋ ଟେକ୍ନୋଲୋଜି ଉଦ୍ୟୋଗ ଅନୁସନ୍ଧାନ ସହାୟକ ପରିଷଦ ର ବରିଷ୍ଠ ପ୍ରବନ୍ଧକ ଡ. ଛାୟା ଚୌହାନ, ଆଭାସି ମଧ୍ୟମରେ ଯୋଗ ଦେଇ ଖାଦ୍ୟ ପ୍ରସ୍ତୁତି ଓ ବିତରଣରେ ଜୈବ ପ୍ରଯୁକ୍ି ବିଦ୍ୟାର ଉପଯୋଗିତ ବିଷୟ ରେ ଆଲୋକପାତ କରିଥିଲେ।ସ୍କୁଲ ଅଫ ସାଇନ୍ସ ର ବିଭାଗୀୟ ମୁଖ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ଡ ବି ରବି ପ୍ରସାଦ ହ୍ୟାକାଥନ ୧.୦ ର ବିସ୍ତୃତ ବିବରଣୀ ପାଠ କରିଥବା ବେଳେ ବାଇରାକ ଇ- ୟୁବା କେନ୍ଦ୍ର ମୁଖ୍ୟ ଡ ମନୋଜ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ଫେଡର୍ସନ ଅଫ ଏସିଆନ ବାୟୋଟେକ୍ ଆସୋସିଏସନ୍ ର ମୁଖ୍ୟ ଡ. ଜଗଦିଶ ଗୁଣ୍ଡଲା ସହ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ଙ୍କ ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷର କରାଯାଇଥିଲା। ଏଥିରେ ୧୦୦ରୁ ଉର୍ଦ୍ଧ ଖାଦ୍ୟ ସମନ୍ଧୀୟ ପ୍ରୋଟୋଟାଇପ୍ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯିବ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ, ଅଧ୍ୟାପିକା ,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.