ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନିଅନ ଆର.ଏସ୍.ଇ.ଟି.ଆଇ ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଅନୁଷ୍ଠାନର ଯୁବଗୋଷ୍ଠୀଙ୍କୁ ସରକାରଙ୍କ ଦ୍ବାରା ପ୍ରାୟୋଜିତ ବିଭିନ୍ନ ଯୋଜନା ସହିତ ସାମିଲ କରିବା ଏବଂ ଯୋଜନା ଗୁଡିକୁ ଜାଣିବା ନିମନ୍ତେ ବିଭିନ୍ନ କୌଶଳ ତଥା ଉପାଗମ ଗୁଡିକୁ କିପରି ଆୟତ୍ତ କରିପାରିବେ ସେ ସମ୍ବନ୍ଧରେ ଅବଗତ କରାଇବା।
କର୍ମଶାଳାରେ ଅଧ୍ୟକ୍ଷତା କରି, ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ରୀନା ସାହୁ ପାଠପଢା ପରେ ଏହି ଯୋଜନା ଗୁଡିକ ମାଧ୍ୟମରେ ଛାତ୍ରୀମାନେ ଆଗାମୀ ଦିନରେ କିପରି ସ୍ବାବଲମ୍ବନଶୀଳ ହୋଇପାରିବେ ସେ ବିଷୟ ଅବଗତ କରାଇଥିଲେ। ୟୁନିଅନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ତନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ନିଃଶୁକ୍ଳ ଭାବରେ ସେବାମୂଳକ ତାଲିମ , ଉତ୍ପାଦନ ଭିତ୍ତିକ , କୃଷି ଭିତ୍ତିକ ଏବଂ ସାଧାରଣ ଔଦ୍ୟୋଗିକ ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ ତଥା ପ୍ରଶିକ୍ଷଣ ନେଇ ପାରିବେ, ସେ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତ୍ରିଲୋଚନ ଦାସ , ଏମ୍.ଏସ୍. ଡି.ଏସ୍.ଡି.ଇ.ଓ. ଗ୍ରାମୀଣ ଆତ୍ମନିଯୁକ୍ତ ପ୍ରଶିକ୍ଷଣ ତଥା ପ୍ରଶିକ୍ଷଣର ଅବଧି ସଂପର୍କରେ ଆଲୋଚନା କରିଥିଲେ।
ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ମେଡିକଲ ଆସିଷ୍ଟାଣ୍ଟ ଶ୍ରୀମତୀ ସୁନିତା ବେହେରା ଯୁବଛାତ୍ରୀମାନଙ୍କୁ ସମାଜମଙ୍ଗଳ ଉନ୍ନୟନ କାର୍ଯ୍ୟନିମନ୍ତେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଛାତ୍ରୀମାନେ କିପରି ସ୍ବେଚ୍ଛାରେ ନେତୃତ୍ବ ନେଇ ଅଂଶଗ୍ରହଣ କରିବେ ପରାମର୍ଶ ଦେଇଥିଲେ। ସେହିପରି ସୁଶ୍ରୀ ମୋହିନୀ ପ୍ରଧାନ ଆଇ.ଏସ୍.ଆର୍.ଡି. ସଖି ୱାନ୍ ଷ୍ଟପ୍ ସେଣ୍ଟରର କେସ ୱାର୍କର ଛାତ୍ରୀମାନେ ସଂସ୍ଥା ତରଫରୁ ଆବଶ୍ୟକ ଯୋଗ୍ୟତା ଏବଂ ଉପଲବ୍ଧ ସୁବିଧା ସମ୍ବନ୍ଧରେ ଅବଗତ କରାଇଥିଲେ ।
ଏହି ପ୍ରଶିକ୍ଷଣ କର୍ମଶାଳା ବେକାର ଯୁବଗୋଷ୍ଠୀ ପାଇଁ ଆତ୍ମନିର୍ଭରଶୀଳ ତଥା ଆତ୍ମନିଯୁକ୍ତି ପାଇଁ ନିଶ୍ଚିତ ଭାବରେ ଏକ ସୁବର୍ଣ୍ଣ ସୁଯୋଗ ।
ଏହି କାର୍ଯ୍ୟକ୍ରମକୁ ମହିଳା ସ୍ନାତକ ମହାବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିବା ସହିତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରିଚାଳନା ଦାୟିତ୍ବ ବହନ କରିଥିଲେ ଏମ୍.ୱାଇ.ବି, ଗଜପତିର ସଦସ୍ୟ ଭି.ଭବାନି ପ୍ରସାଦ ଏବଂ ଏ.ଇଶ୍ବର ରାଓ ପ୍ରମୁଖ।
Sign in
Sign in
Recover your password.
A password will be e-mailed to you.