ବେକାରୀ ସମସ୍ୟାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ସରକାରର ଶାସନ ଚାଲିଛି । ବିଜେଡ଼ିର ଏହି ୧୯ ବର୍ଷ ଶାସନରେ ରାଜ୍ୟରେ ବେକାରୀ ସମସ୍ୟା ଯୁବକଯୁବତୀମାନଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି । ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ବେକାର ଶିକ୍ଷିତ ଯୁବକଯୁବତୀମାନେ କର୍ମସଂସ୍ଥାନ ଆଶାରେ ଗୁଜୁରାଟ, ଆନ୍ଧ୍ର, ବେଙ୍ଗୁଲୁରୁ, ମୋମ୍ବାଇ, କୋଲକାତା, ଗୋଆ ଆଦି ବାହାର ରାଜ୍ୟ ରାଜ୍ୟକୁ  ଯିବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟ କେତେକ ଯୁବକଯୁବତୀ ମଲ, ମାର୍ଟ, ମୋବାଇଲ ଦୋକାନ ଆଦିରେ ମାସକୁ ୫/୬ ହଜାର ଟଙ୍କା ଦରମାରେ କାର୍ଯ୍ୟକରିବାକୁ ବାଧ୍ୟ ହେଉଛନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ ବାଢ଼ିଛି । ଏଥି ସହିତ ଉକ୍ତ ବେକାରୀ ସମସ୍ୟା ପ୍ରତିବାଦ ଓ ରୋଜଗାର ଦାବିରେ ଫେବୃୟାରୀ ୧ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି । ବିଜେପି ଯୁବ ମୋର୍ଚ୍ଚା ସଭାପତି କୁମାର ମଙ୍ଗଳମ ନେତୃତ୍ୱରେ ଯୁବ ମୋର୍ଚ୍ଚାର ସର୍ମକମାନେ  ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ କାନେ୍ଧଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥି ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ସରକାରଙ୍କ ବିରୋଧରେ କିଛି ସମୟ ନାରାବାଜି ଚଳାଇବା ପରେ କୁଶପୁତ୍ତଳିକାକୁ ଦାହ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପାୟଲ ରାୟ,ସମ୍ପାଦକ ଦୀପକ ବେହେରା, ରାଜେଶ କବି, ଏସକେ ନାସିରୁଦ୍ଧିନ, ଅପୁ ସେଠୀ, ସାଗର ପାତ୍ର, ଶକ୍ତ ପ୍ରହଲ୍ଲାଦ ଧଳ, ରସାନନ୍ଦ ଧୀର, ସୁବ୍ରତ ମୁଖୀ, ସୁମନ୍ତ ଦାସ, ଚନ୍ଦନ ସେନାପତି, ରିଙ୍କୁ ପୁହାଣ, ଦୁଷ୍ମନ୍ତ ବେହେରା, ସୁମନ୍ତ ବେହେରା, ସନ୍ଦୀପ ମହାନ୍ତ, ସଂଗ୍ରାମ ଦେବ, ଚନ୍ଦନ ନାୟକ, ଭବାନୀ ସାହୁ, ମନୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । 

 

Leave A Reply

Your email address will not be published.