“ଜୀବନଧନ” ପାଇଁ ସାରସ୍ଵତ ବନ୍ଧୁମିଳନ

3

ବାସୁଦେବପୁର: ଅଭ୍ରକାନ୍ତା ଚାରିଟେବୁଲ ଟ୍ରଷ୍ଟ,ଭୁବନେଶ୍ୱର,ଓଡ଼ିଶା ଆନୁକୂଲ୍ୟରେ ବେତଡ଼ା ଜୀବନଧନ ସ୍ମୃତି ମନ୍ଦିରରେ ଏକ ରାଜ୍ୟସ୍ତରୀୟ ସାରସ୍ଵତ ବନ୍ଧୁ ମିଳନ,ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସୁସାହିତ୍ୟିକ ତଥା ବରିଷ୍ଠ ଶିକ୍ଷାବିତ୍ ସୁଦର୍ଶନ ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ ବନ୍ଧୁମିଳନ ସଭାରେ ମୁଖ୍ୟ ଅତିଥି ଭାବେ ଅମୃତ ଦର୍ଶନ ପତ୍ରିକାର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଜୀବନକୁ ଦର୍ଶନ ସହିତ ଯୋଡ଼ି ଆଲୁଅ ଲିଭିଯିବାର କଥା ନୁହେଁ ବରଂ ଛୋଟ ବତିଟିଏ ହୋଇ ଅନ୍ୟର ଦୁଃଖ ରୂପକ ତମସାକୁ ହଟାଇବା ପାଇଁ ଏ ଜୀବନ ବିଶ୍ଵନିୟନ୍ତା ଆମକୁ ପ୍ରଦାନ କରିଛନ୍ତି ବୋଲି ମାର୍ଗଦର୍ଶନ କରାଇଥିଲେ।ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସଫଳ ଗାଳ୍ପିକ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ କବିଟିଏ ଅନ୍ତସତ୍ୱା ହେବା ପରେ ସେ କିପରି ଗୋଟିଏ ଶୁଦ୍ଧ ଭାବନରେ ଯୁଡୁବୁଡୁ ହୋଇ ପାଠକମାନଙ୍କ ପାଇଁ ସଫଳ ସୃଷ୍ଟି ଟିଏ ପରଷି ଦେବା ପାଇଁ ପ୍ରସବ ଯନ୍ତ୍ରଣା ଭୋଗୁଥାଏ ସେ ପ୍ରସଙ୍ଗରେ ନିଜର ମାର୍ମିକ ଅଭିବ୍ୟକ୍ତି ରଖିଥିଲେ।ଏହି ଅବସରରେ ସୁବର୍ଣ୍ଣଶ୍ରୀ ପ୍ରକାଶନ ର ପ୍ରକାଶକ ଡ କାଳିପଦ ପଣ୍ଡା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ହେବାକୁ ଥିବା ସ୍ମୃତି ପୁସ୍ତିକା ଜୀବନଧନ ପାଇଁ ଗେହ୍ଲା ପାଇଁ ପଦୁଟିଏ ଲେଖିବା ଓ ଗୋଟିଏ ସମସ୍ତେ ସାଇତି ରଖିବା ଭଳି ସ୍ମୃତିଗ୍ରନ୍ଥ ପ୍ରକାଶନ ର ପ୍ରକାଶକୀୟ ଅଭିବ୍ୟକ୍ତି ଉପରେ ନିଜର ଆଲୋଚନା କରିଥିଲେ। ଟ୍ରଷ୍ଟର ସଭାପତି ଗୌତମ କୁମାର ଚନ୍ଦ ଟ୍ରଷ୍ଟ ପକ୍ଷରୁ ଅସହାୟ ବ୍ୟକ୍ତି,ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ତଥା ହରିଶ୍ଚନ୍ଦ୍ର ଯୋଜନାରେ କାଠ ଖଣ୍ଡେ ମାଟି ମୁଠେ,କନ୍ୟାରତ୍ନ ଶିକ୍ଷା ଯୋଜନା, ବୃଦ୍ଧାଶ୍ରମ,ଆମ ସ୍ବାସ୍ଥ୍ୟ ଆମ ସମ୍ପଦ ଏପରି ଅନେକ ସାମାଜିକ ଯୋଜନାର କାର୍ଯ୍ୟସୂଚୀ ବିଷୟରେ ସାରସ୍ଵତ ବନ୍ଧୁମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅଭ୍ରକାନ୍ତା ଚାରିଟେବୁଲ ଟ୍ରଷ୍ଟ ସ୍ମୃତି କମିଟିର ଅଧ୍ୟକ୍ଷ କବି ବିକାଶ କୁମାର ଶତପଥୀ କାର୍ଯ୍ୟକ୍ରମର ସଞ୍ଚାଳନ କରିବା ସହିତ ସ୍ମୃତି ସଂସଦର ବରିଷ୍ଠ ସଦସ୍ୟ ସଦାନନ୍ଦ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ କାବ୍ୟଶିଳ୍ପୀ ସର୍ବେଶ୍ଵର ଦାସ,ସୁଧାଂଶୁ ଶେଖର ମିଶ୍ର, କବି ଭରତ ଚନ୍ଦ୍ର ଦାଶ, ଶଶାଙ୍କ ଶେଖର ସାହୁ,ମନ୍ମଥ ଅଗସ୍ତି,ଭାଗିରଥି ସ୍ୱାଇଁ,ଭଗବାନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମୃତ୍ୟୁଚେତନାରେ ପଦିଏ ପଦିଏ କଥା ରଖିଥିଲେ।

Leave A Reply

Your email address will not be published.