ପାଟଣାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ସହି ପାରୁନି କି କହି ପାରୁନି ଦାଦନ ଦୁଃଖ ର ଦାଦନ ଜନ୍ତ୍ରଣା ଏବେ ନବାନ୍ନ ଶେଷ ହେବା ପରେ ପୁଣି ଦାଦନ ଋତୁ ଅର୍ଥାତ ଦାଦନ ଶ୍ରମିକ ଚାଲାଣ ଋତୁ ଆରମ୍ଭ ହୋଇ ଗଲାଣି ! ସରଦାର ମାନେ ଶ୍ରମିକ ମାନଙ୍କୁ ଅଗ୍ରୀମ ଟଙ୍କା ବଏନା ଦେଇ ଶ୍ରମିକ ମାନଙ୍କୁ ବନ୍ଧା ପକାଇ ସାରି ଶ୍ରମିକ ଚାଲାଣ ଆରମ୍ଭ କରିଦେଲେଣି ! ହେଲେ ଜଣେ ଶ୍ରମିକ ବିଗତ ବର୍ଷ ଦାଦନ ଚାଲାଣ ହୋଇ ନିଖୋଜ ଥିବା ବେଳେ ଦୀର୍ଘ ଗୋଟିଏ ବର୍ଷ ସ୍ୱାମୀ ଙ୍କ ବାଟ ଚାହିଁ ବସି ରହିଛି ସ୍ତ୍ରୀ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଳପଡ଼ା ବ୍ଳକ ଯୁବା ଗ୍ରାମ ପଞ୍ଚାୟତ ସ୍ଥିତ ଡଙ୍ଗରତଳ ଗ୍ରାମରୁ ସୂଚନା ମୁତାବକ ଡଙ୍ଗରତଳ ଗାଁର ପିତବାସ ଧରୁଆ(୪୩) ଓ ସ୍ତ୍ରୀ ରାଏମତୀ ଧରୁଆ(୪୦) ଟିକ୍ରାପଡ଼ା ସ୍ଥିତ ସରଗୁଳ ଗାଁ ର ଅନୁପ ବେଟକାର ଓ ଶୁଷିଳ ବେଟକାର ନାମକ ସରଦାର ଠୁ ମୁଣ୍ଡପିଛା ୪୦ ହଜାର ଟଙ୍କା ଲେଖାଏଁ ବଏନା ନେଇ ଇଟା ଗଢିବା ପାଇ ଆନ୍ଧ୍ର ରାଜ୍ୟର ଗୁଡ଼ୁର ନାଏଡ଼ୁ ପେଟା କୁ ଯାଇଥିଲେ ! ହେଲେ ପିତବାସ ଙ୍କ ସ୍ତ୍ରୀ କହିବା ଅନୁଯାୟୀ ସର୍ଦାର ଘରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଙ୍କୁ ଏକାଠି ନେଇ ବାଟରେ ଟ୍ରେନ ଯୋଗେ ଅଲଗା ଅଲଗା ନେଇଥିବା ବେଳେ ଆନ୍ଧ୍ର ରାଜ୍ୟର ଗୁଡୁର ନାଏଡୁ ପେଟା ରେ ସ୍ଵାମୀ ନିଖୋଜ ଥିବା ନେଇ ସର୍ଦାର ବାଟରେ ସ୍ଵାମୀ କୁ କୌଣସି ଅଘଟନ ଘଟାଇ ଥିବା ସ୍ତ୍ରୀ ଅଭିଯୋଗ ବାଢିଛନ୍ତି ! ଏ ଘଟଣା କୁ ନେଇ ଦାଦନ ସର୍ଦାର କୁ ବାରମ୍ଵାର ଯୋଗାଯୋଗ କଲେ ଶୁଦ୍ଧା ସର୍ଦାର ଫୋନ ନ ଉଠାଉଥିବା ବେଳେ ଏ ନେଇ ବେଳପଡ଼ା ସ୍ଥିତ ଥାନାରେ ଦୀର୍ଘ ଆଠ ମାସ ହେବ ଲିଖିତ ଅଭିଯୋଗ କରିଥିଲେ ! ହେଲେ ସର୍ଦାର ଠୁ ଲାଞ୍ଚ ଖାଇ ବେଳପଡ଼ା ପୁଲିସ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ ବାଢିଛନ୍ତି ସ୍ତ୍ରୀ ତେବେ ତାଙ୍କ ପରିବାରରେ ଏ କେଇ ବର୍ଷ ତଳେ ତାଙ୍କର ଏକ ପୁଅକୁ ହରାଇଥିବା ବେଳେ ଏବେ ସ୍ୱାମୀ ନିଖୋଜ ହୋଇଥିବା ନେଇ ରାଏମତି ଦୁଃଖରେ ଭାଙ୍ଗି ପଡିଛନ୍ତି । କିଭଲି ତାଙ୍କ ସ୍ଵାମୀ ଘରକୁ ଫେରି ଆସିବେ ସେ ନେଇ ସର୍ଦାର ଓ ପୁଲିସ ପ୍ରଶାସନ ଉପରେ ଆଶାଦିତ ଥିବା ବେଳେ ସ୍ଥାନୀୟ ପୁଲିସ ପ୍ରଶାଶନ ରାଏମତୀ ଙ୍କ ଦୁଃଖ ର ସହଭାଗୀ ହେବ ନା ଦାଦନ ସର୍ଦାର ଠୁ ଲାଞ୍ଚ ନେଇ ଚୁପ ରହିବେ ତାହା ସମୟ କୁ ଅପେକ୍ଷା !ପ୍ରଥମେ ପୁଅକୁ ହରାଇ ଏବେ ସ୍ୱାମୀ ହଜାଇ ରାଏମତୀ ସହି ପାରୁନି ଦାଦନ ଦୁଃଖର ଦାଦନ ଜନ୍ତ୍ରଣା ଦୀର୍ଘ ଗୋଟିଏ ବର୍ଷ ହେବ ସ୍ୱାମୀଙ୍କ ବାଟ ଚାହିଁ ବସି ରହିଛି ସ୍ତ୍ରୀ !
Sign in
Sign in
Recover your password.
A password will be e-mailed to you.