ଓଡଗାଁ,୧୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଜନ୍ମେଜୟ ଦାସ, ଜୁନିଅର ସିଭିଲ ଜଜ୍ ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରି ସୌମ୍ୟାଶ୍ରୀ ମହାପାତ୍ରଙ୍କ ଉପସ୍ଥିତି ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ଗାଁ ଅଦାଲତ ପରିସରରେ ଅନୁଷ୍ଠିତ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୮୯ ରୁ ୧୪୨ ମାମଲା ଫଇସଲା ହୋଇଥିଲା । କେବଳ ଅର୍ଥ ସମ୍ବନ୍ଧୀୟ ୧୬୭ ମାମଲାରୁ ୨୨ମାମଲାର ଫଇସଲା କରିବା ବାବଦରେ ୧ଲକ୍ଷ ୫୦ ହଜାର ୬ଶହ ଟଙ୍କା ଅସୁଲ ହୋଇଛି । ସେହିପରି ବିଚାରଧୀନ ଥିବା ୧୦୭ ଦେୱାନୀ ମାମଲାରୁ ୧୦୪ ମାମଲାର ଫଇସଲା ହୋଇଥିବା ବେଳେ କ୍ରିମିନାଲ କମ୍ପାଉଣ୍ଡେବୁଲ ୩, ଏନ୍ଆଇ ଆଇନ ମାମଲା ୯, ଅର୍ଥ ଆଦାୟ ମାମଲା ୫ ଏବଂ ମୋଟର ଦୁର୍ଘଟଣା ଜନିତ କ୍ଷୟକ୍ଷତି ଦାବି ସମ୍ପର୍କିତ ୬ ମାମଲା ରହିଥିଲା । ବରିଷ୍ଠ ସରକାରୀ ଅଧିବକ୍ତା ଇନ୍ଦୁ ଭୂଷଣ ମିଶ୍ର, ପ୍ରମୋଦ କୁମାର ବିଶ୍ଵାଳ, ଅମୂଲ୍ୟ ପ୍ରସାଦ ପ୍ରଧାନଙ୍କ ସହିତ ଅନ୍ୟ ଅଧିବକ୍ତା ମାନଙ୍କ ମଧ୍ୟରୁ ରାଧାକୃଷ୍ଣ ମହାପାତ୍ର, ବିବେକାନନ୍ଦ ସରସ୍ବତୀ ଏବଂ ମହାଦେବ ବିଶ୍ଵାଳ ପ୍ରମୁଖ ଲୋକ ଅଦାଲତରେ ଉପସ୍ଥିତ ରହିଥିଲେ । ତାଲୁକ ଆଇନ ସେବା କମିଟି ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.