ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ

3

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଲିତ ହୋଇଯାଇଛି।ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସର ଦ୍ୱିତୀୟ ଶନିବାର ପାଳନ ହୋଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ବୁଝାଇବା। ଦୁର୍ଘଟଣା, ହୃଦ୍‌ରୋଗ, ପୋଡ଼ା, କଟା–ଘା’ ହେଲେ ପ୍ରଥମ ସହାୟତା ବହୁତ ଉପକାରୀ। ସମୟରେ ସହାୟତା ମିଳିଲେ ଲୋକଙ୍କ ଜୀବନ ବଞ୍ଚିପାରେ ଏବଂ ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ ସୁରକ୍ଷା ମିଳେ। ଏହି ଦିନରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ସାଧାରଣ ପ୍ରାଥମିକ ଚିକିତ୍ସା ଜାଣିବା ଦରକାର।ଆଜିର କାର୍ଯ୍ୟକ୍ରମରେ ତାଳପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ହରିହର ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ର ସଂଯୋଜନା ଉମାକାନ୍ତ ସାହୁ କରିଥିବା ବେଳେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର, YRC ସଂଯୋଜକ ଶିଶୁପାଳ ପଧାନ ସହିତ କଲେଜର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.