ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନୟାଗଡ଼ ଡିଭିଜନରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ସମାରୋହରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ ଅଧୀନରେ ୬୬ ଜଣ ଭାଗ୍ୟଶାଳୀ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ବକେୟା ନ ଥିବା ଯୋଗ୍ୟ ଗ୍ରାହକମାନଙ୍କୁ ଏକ ଲକି ଡ୍ର’ ଜରିଆରେ ଚୟନ କରାଯାଇଥିଲା ଏବଂ ସେମାନଙ୍କୁ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା। ଏହି ସ୍କିମ୍ ଠିକ୍ ସମୟରେ ବିଲ୍ ପଇଠକୁ ପ୍ରୋତ୍ସାହିତ କରୁଥିବା ବେଳେ ମୂଲ୍ୟବାନ ଗ୍ରାହକଙ୍କୁ ମାନ୍ୟତା ଦେବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।
ଏଭଳି ଅଭିଯାନ ଜରିଆରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣଠାରୁ ଆଗକୁ ବଢ଼ି ଟିପିସିଓଡିଏଲ୍ ଗ୍ରାହକମାନଙ୍କ ସହ ଦୃଢ଼ ସମ୍ପର୍କ ସ୍ଥାପନ କରୁଛି। ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ ହେଉଛି ବିଭିନ୍ନ ଡିଭିଜନରେ କାର୍ଯ୍ୟକାରୀ କରାଯାଇଥିବା ଅନେକ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଯାହା ଗ୍ରାହକ ସନ୍ତୁଷ୍ଟି ଓ ଗୋଷ୍ଠୀ ବିକାଶ ଉପରେ କମ୍ପାନିର ଗୁରୁତ୍ୱକୁ ଦୋହରାଉଛି।
Sign in
Sign in
Recover your password.
A password will be e-mailed to you.