କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଏକ ଅପ୍ରୀତିକର ଘଟଣା ଘଟିଛି । କାର୍ଯ୍ୟାଳୟ ଭିତରେ ବସିଥିବା ବେଳେ ହଠାତ୍ ଛାତର ପ୍ଳାଷ୍ଟର ଖସିପଡ଼ି, ସେଠାରେ କାର୍ଯ୍ୟରତ ଲିଗାଲ୍ ଅଫିସର ଗୁରୁତର ଆହତ ହୋଇଛନ୍ତି ।ଦେଖିଥିବା ଲୋକଙ୍କ କହିବା ଅନୁସାରେ ହଠାତ୍ ଛାତର ଏକ ଅଂଶ ଧସି ପଡ଼ି ଥିବାରୁ ସେଥିରେ ବସିଥିବା ଅଧିକାରୀଙ୍କ ମୁଣ୍ଡ ଏବଂ ଶରୀରରେ ଗୁରୁତର ଚୋଟ ଲାଗିଛି । ସହକର୍ମୀ ମାନେ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।ଘଟଣା ପରେ କାର୍ଯ୍ୟାଳୟ ପରିସରରେ ଅସନ୍ତୋଷ ପରିବେଶ ସୃଷ୍ଟି ହୋଇଛି । କର୍ମଚାରୀ ମାନେ କହିଛନ୍ତି ଯେ, ଦୀର୍ଘଦିନ ଧରି ଭବନଟି ଜର୍ଜରିତ ଅବସ୍ଥାରେ ରହିଥିବା ସତ୍ତେ, ମରାମତି କାମ ହୋଇନଥିଲା । ସମୟରେ ସଚେତନ ପଦକ୍ଷେପ ନିଆଯାଇଥାନ୍ତା, ଏହିପରି ଦୁର୍ଘଟଣା ହେବାକୁ ପଡ଼ୁନଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ଆହତ ଅଧିକାରୀଙ୍କ ସ୍ୱାସ୍ଥ୍ୟସ୍ଥିତି ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ଏପରିକି, ଘଟଣା ପରେ ଅଧିକାରୀମାନେ ଭବନର ସୁରକ୍ଷା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.