ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା ଉଦଯାପିତ।

3

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. 12.9.2025 ଆଇ.ଟି.ଡି.ଏ. ଥୁଆମୂଳ ରାମପୁର ଙ୍କ ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ ର ୩ ଦିନିଆ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ ଉପସ୍ଥିତ ରହି ଆଗାମୀ ଦିନରେ କିଭଳି ଭାବେ ଆଦିବାସୀ ବହୁଳ ଗ୍ରାମ ଗୁଡିକର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଦ୍ଵାରା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସୁବିଧା ସୁଯୋଗ ପୂର୍ଣ୍ଣ ଭାବରେ ଉପଲବ୍ଧ କରି ପରିବାରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ଉପସ୍ଥିତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ପ୍ରଶିକ୍ଷକ ଏବଂ ଅନ୍ୟ ବିଭାଗରୁ ଆସିଥିବା ଅଧିକାରୀମାନକୁ ଆହ୍ଵାନ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର ପ୍ରଶିକ୍ଷିତ ହୋଇଥିବା ଅଧିକାରୀମାନଙ୍କୁ କିଭଳି ଭାବରେ ତୃଣାମୂଳ ସ୍ତରରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସେମାନଙ୍କ ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ । ସମସ୍ତ ଅଂଶ ଗ୍ରହଣ କାରୀ ମାନେ ଶପଥ ନେଇ ଆଦିବାସୀମାନଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବି.ଡି.ଓ. ଥୁଆମୂଳ ରାମପୁର ଧ୍ରୁବ ଚନ୍ଦ୍ର ମୁଦୁଲି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ, ଅଂଶ ଗ୍ରହଣକାରି ମାନେ ଏ ପ୍ରକାର ଆୟୋଜିତ କାର୍ମଶାଳା ନିମନ୍ତେ ଆଦିବାସୀ ଉନ୍ନୟନ ବିଭାଗ, ଆଇ.ଟି.ଡି.ଏ. ର ପ୍ରଶଂସା କରିଥିଲେ, ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ବି.ଇ.ଓ. ଲାଞ୍ଜିଗଡ ରୁଷିଆ ମେହେର ମଞ୍ଚ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.