ଡିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ଉପକଣ୍ଠରେ ଅବସ୍ଥିତ ଡିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନ  ପକ୍ଷରୁ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ପାଠ୍ୟଖସଡ଼ା ବାହାରେ ଅଧିକରୁ ଅଧିକ  ଜ୍ଞାନ ଆହରଣକୁ ପ୍ରାଧାନ୍ୟ ଦେଇ ପ୍ରତ୍ୟେକ ବର୍ଷ ଅନୁଷ୍ଠାନ ର ବାର୍ଷିକୋତ୍ସବ ଅବସରରେ ନୂଆନୂଆ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଚଳିତ ବର୍ଷ ଅନୁଷ୍ଠାନ  ପରିସରରେ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀର ଆୟୋଜନ କରିଛନ୍ତି ଏବଂ ଏହିପରିପ୍ରେକ୍ଷୀରେ ଡ଼ିଭାଇନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଚେୟାରମ୍ୟାନ ତଥା ମ୍ୟାନେଜିଂ ଟ୍ରଷ୍ଟି ଶିକ୍ଷାରତ୍ନ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବୁଗୁଡେ଼ଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀକୁ ଶୁଭ ଉଦଘାଟନ କରିବା  ପ୍ରତିରକ୍ଷା ସାମଗ୍ରୀ ଉପରେ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କର ସାଧାରଣତଃ ନଥାଏ । ତେଣୁ ସେହି ପ୍ରତିରକ୍ଷା ସାମଗ୍ରୀକୁ ଡିଭାଇନ ଶିକ୍ଷା ଅନୁଷ୍ଠାନ ଆଣି ଏକ ପ୍ରଦର୍ଶନୀର ଆୟୋଜନ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ପ୍ରଦର୍ଶିତ ହେଉଥିବା ଯୁଦ୍ଧାସ୍ତ୍ରଗୁଡ଼ିକୁ ଦେଖିବା, ତାର ବ୍ୟବହାର ଜାଣିବା ପରେ ଛାତ୍ରଛାତ୍ରୀମାନେ ପ୍ରତିରକ୍ଷା ବିଭାଗ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହେବେ । ଫଳରେ ପ୍ରତିରକ୍ଷା ବିଭାଗରେ ଚାକିରୀ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଉତ୍ସାହିତ କରାଇବ । ତେଣୁ ଡିଭାଇନ ଶିକ୍ଷା ଅନୁଷ୍ଠାନକୁ ସାଧୁବାଦ ଜଣାଉଛି ବୋଲି କହିଥିଲେ । ସେହିପରି ଏହି ପ୍ରଦର୍ଶନୀ ପ୍ରତିରକ୍ଷା ବିଭାଗରେ ନିଯୁନ୍ତି ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଇବା ଆଜିର ଏହି ଯୁଦ୍ଧାସ୍ତ୍ର ପ୍ରଦର୍ଶନୀର ମୂଳ ଲକ୍ଷ ।  ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଟ୍ରଷ୍ଟି ଇଂ ବିପ୍ଳବ ଭଞ୍ଜନ ବୁଗୁଡେ଼ଇ ଆମକୁ ଏହି ସୁଯୋଗ ଦେଇଛନ୍ତ । ଭାରତୀୟ ପ୍ରତିରକ୍ଷା ବିଭାଗର ଜଳ, ସ୍ଥଳ ଓ ଆକାଶ  ବିଭାଗରେ ନିଯୁକ୍ତି କ୍ଷେତ୍ରରେ ଯୁବକଯୁବତୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଇପାରିବ ବୋଲି ସୈନ୍ୟ ବିଭାଗର ସୁବେଦାର ଅବଦ୍ଧୁଲ ଜାଭୀର କହିଥିଲେ । ଆଜିର ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିବା ଯୁଦ୍ଧାସ୍ତ୍ରଗୁଡ଼ିକ ମଧ୍ୟରେ କାରଗିଲ ଯୁଦ୍ଧ ବିଜୟରେ ନିଣ୍ଣାୟକ ଭୂମିକା ଗ୍ରହଣ କରିଥିବା ବୋଫର୍ସ ତୋପ, ଏଲ୍ଏଫ୍ଜି ମୋର୍ଟାର୍, ନାଭାଲ ଗନ୍, ରକେଟ ଲଞ୍ଚର ଆଦି ସହିତ ଏଥିରେ ବ୍ୟବହୃତ ହେଉଥିବା ଗୁଳିଗୋଳା ଆଦି ସ୍ଥାନ ପାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଲିସ ଡ଼ିଆଇବିର ଉପ-ଆରକ୍ଷୀ ଅଧିକ୍ଷକ ଭି କେ ପଟେଲ, ବାରିପଦା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ ପ୍ରମୁଖଙ୍କ ସମେତ ଚାନ୍ଦିପୁର ପ୍ରତିରକ୍ଷା ଓ ପୁଲିସ ବିଭାଗର ଅଧିକାରୀମାନେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବାରୁ ଏହାକୁ ଦେଖିବା ନିମନ୍ତେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ  ସହିତ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏଥି ନିମନ୍ତେ ଅନୁଷ୍ଠାନର ନିର୍ଦ୍ଦେଶକ  ତଥା ଟ୍ରଷ୍ଟି ଇଂ ବିପ୍ଳବ ଭଞ୍ଜନ ବୁଗୁଡେ଼ଇଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । 

 

Leave A Reply

Your email address will not be published.