ଲରକା ଗ୍ରାମପଂଚାୟତରେ  ଖାଦ୍ୟ ସୁରକ୍ଷା ଆଇନର  ସାମାଜିକ ସମୀକ୍ଷା 

0

ନୂଆପଡା/ପ୍ରିୟବ୍ରତ ପଣ୍ଡା : ବୋଡେ଼ନ ବ୍ଳକ ଅନ୍ତର୍ଗତ ଲରକା ଗ୍ରାମପଂଚାୟତରେ  ଖାଦ୍ୟ ସୁରକ୍ଷା ଆଇନ ର ଚାରିଟି ଯୋଜନା ଯଥା ଆଇ ସି ଡ଼ି ଏସ ,ମମତା,ମଧ୍ୟାହ୍ନ ଭୋଜନ ଓ ପି ଡ଼ି ଏସ ଉପରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ଗିରିଧାରୀ ମାଝୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ଦିନନାଥ ଖମାରୀ-ପ୍ରଧାନ ଶିକ୍ଷକ, ସୁବସ୍ତି ବାଗ-ନାଏବ ସରପଂଚ, ସୁଶାନ୍ତ କୁମାର ବେହେରା-ପି ଇ ଓ,ଅଙ୍ଗନବାଡି କର୍ମୀ ପ୍ରମୋଦିନୀ ନାଏକ, ରମ୍ଭାବତୀ ନିଆଲ, ମଧୁମିତା ବେହେରା ପ୍ରମୁଖ ମଞ୍ଚ ଆସୀନ ଥିଲେ। ସ୍ପ୍ରେଡ଼ ସହାୟତା ରେ ଅନୁଷ୍ଠିତ ଏହି ଗ୍ରାମସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବ୍ଳକ ସଂଯୋଜକ କୁନାଲ ଚରଣ ବେହେରା।ଆଇ ସି ଡ଼ି ଏସ ଓ ମମତା ତଥ୍ୟ ଦେବେନ୍ଦ୍ର ଭିତ୍ରିଆ ଓ ପଙ୍କଜିନି ହରିଜନ ଉପସ୍ଥାପନ କରି ଅନେକ ହିତାଧିକାରୀ ମେନୁ ଅନୁସାରେ ଖାଦ୍ୟ ପାଉ ନ ଥିବା ଅଭିଯୋଗ ଆସିଥିବା ଜଣାଇଥିଲେ। ରୁକ୍ମଣ ଚିନ୍ଦା ଏମ ଡି ଏମ ତଥ୍ୟ ଉପସ୍ଥାପନ କରିଥିଲେ। ଖିରସିନ୍ଧୁ ସଗରିଆ ପି ଡି ଏସ ତଥ୍ୟ ଉପସ୍ଥାପନ କରି ଅନେକ ଯୋଗ୍ୟ ବ୍ୟକ୍ତି କାର୍ଡ ପାଇ ନ ଥିବା ଅଭିଯୋଗ କରିଥିଲେ।ଅତି ଶୀଘ୍ର ସମସ୍ତଙ୍କୁ କାର୍ଡ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଥିଲେ।ଇନ୍ଦୁଲତା ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଲୋକ ସୂଚନା କେନ୍ଦ୍ର କରଙ୍ଗାମାଲ ତରଫରୁ ଅଭିଯୋଗ ଗ୍ରହଣ କରାଯାଇଥିଲା।ଦୀନବନ୍ଧୁ ଛତ୍ରୀଆ ଧନ୍ୟବାଦ ଅର୍ପଣ କରି ଥିବା ବେଳେ ମାଳତୀ ମାଝୀ, କୈକେୟୀ ତାଣ୍ଡି,ଗଜାନନ ଚିନ୍ଦା, ଲଷ୍ମୀକାନ୍ତ ଶବର,ଲୋକ ସୂଚନା କେନ୍ଦ୍ର କରଙ୍ଗାମାଲ ର ସଂଯୋଜକ ପ୍ରିୟବ୍ରତ ପଣ୍ଡା ଆଦି ଯୋଗ ଦେଇଥିଲେ |

Leave A Reply

Your email address will not be published.