ରାୟଗଡ ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ପରିଦର୍ଶନ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ତା:୦୩-୦୯-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ପ୍ରଥମେ କରଡା ଗ୍ରାମ କୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ। ପରେ ଖାମ୍ବାଗୁଡ଼ା ରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଦ୍ଵାରା ଗୋଲାପ ବଗିଚା , ରାମନାଗୁଡ଼ା ଇ ଲାଇବ୍ରେରୀ, ଗୋସାଇଁ ଗୁଲୁମୁଣ୍ଡା ରେ ଇଣ୍ଡଷ୍ଟ୍ରିଆଲ ପାର୍କ, ନିଳକଣ୍ଠପୁର ରେ ସ୍ଵଂୟ ସହାୟିକ ସଦସ୍ୟା ଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଶୈବ ପୀଠ ତଥା ଜଳ ପ୍ରପାତ , କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମଡିଂ ରେ ନିର୍ମାଣଧିନ ପୋଲ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ଗୋଗୁପଡୁ ଅଞ୍ଚଳରେ ଚାଲିଥିବା ଡ୍ର।ଗନ ଫଳ ହେଉଥିବା ବୁଲି ଦେଖିଥିଲେ । ବ୍ଲକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟା ଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟା କରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳ ଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲିପ , ରାୟଗଡ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.