ବିଜେପୁର:-ବରଗଡ ଜିଲ୍ଲା ବିଜେପୁର ସହରରେ କେଉଁ ଆବାହମାନ କାଳରୁ ଚାଲି ଆସିଥିବା ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ ହୋଇ ଆସୁଛି। ସମୁଦାୟ ୮ ଗୋଟି ସ୍ଥାନରେ ଅନନ୍ତ ନାରାୟଣ ମେଢ଼ ନିର୍ମାଣ ଖୁବ୍ ଜୋରରେ ଚାଲିଥିବା ବେଳେ, ପ୍ରତିବର୍ଷ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ବ୍ଲକ ଅଫିସ ସଭାଗୃହ ଠାରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତା, ସଦସ୍ୟ ଗଣଙ୍କୁ ନେଇ ଏକ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସମାଜର ସାମ୍ବାଦିକ ଶ୍ରୀମାନ ଜିତେନ୍ଦ୍ରିୟ ମେହେରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତହୋଇଥିଲା। ଏହି ସଭାରେ ସ୍ଥାନୀୟ ବିଧାୟକ ତଥା ଜମିଦାର ଶ୍ରୀମାନ ସନତ କୁମାର ଗଡତୀୟା ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ବ୍ଲକ୍ ଅଧ୍ୟକ୍ଷ ଜୟକୃଷ୍ଣ ଡ଼ନସନା,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁଦତ୍ତ ସାହୁ , ବିଜେପୁର ସିଏଚସି ଇନଚାର୍ଜ ଡ.ସୁଶାନ୍ତ ମେହେର,ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି, ଫାୟାର ଅଫିସର ଭକ୍ତ ଚରଣ ତାଣ୍ଡି, ଇଲେକ୍ଟ୍ରିକାଲ ଏସ.ଡି.ଓ ସୁଧିର ମହାପାତ୍ର ମଞ୍ଚାସୀନ ଥିଲେ । ମହୋତ୍ସବ ପୂର୍ବରୁ ସହର ସଫାସୁତୁରା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ସଦାସର୍ବଦା ବିଦ୍ୟୁତ ସରବରାହ ରହିବା, ଟ୍ରାଫିକ ସମସ୍ୟା, ଅଗ୍ନିଶମ ବିଭାଗ ସବୁବେଳେ ସଜାଗ ରହିବା,୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏଭଳି ଅନେକ ବିଷୟକୁ ନେଇ ଉପସ୍ଥିତ ଅଧିକାରୀ ମାନେ ନିଜସ୍ୱ ମତ ପ୍ରଦାନ କରିଥିଲେ। ମତାମତକୁ ହୃଦୟର ସହ ସମ୍ମାନ ଜଣାଇ ସମନ୍ବୟ କମିଟିର ସମସ୍ତ ସଦସ୍ୟ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post