କପସିଲା ରେ ନୂଆ ଖାଇ ଭେଟଘାଟ ଅନୁଷ୍ଠିତ।

2

ପଦ୍ମପୁର :- କପସିଲା ରେ ନୂଆଖାଇ ଭେଟଘାଟ ଧୁମ୍ ଧାମରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ନାଟ୍ୟକାର ରାଜେନ୍ଦ୍ର କୁମାର୍ ମହାନ୍ତି ଯୋଗଦାନ କରିଥିଲେ। ମାଆ ସମଲେଇ ଙ୍କୁ ଦୀପ ପ୍ରଜ୍ବଳନ ପରେ ଭେଟଘାଟ ଅନୁଷ୍ଠିତ ହୋଇ ଥିଲା। ସଭାପତି ରାହୁଲ ରଣା ସଂପାଦକ ପ୍ରିୟ ରଂଜନ ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗିତା ଓ ଫେସନ୍ ସୋ ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତେଜବନ୍ତ ରଣା, ସରୋଜ ରଣା, ମନୋରଞ୍ଜନ ବରିହା ଓ ରାଜେନ୍ଦ୍ର ମହାନ୍ତି ଙ୍କୁ ସମ୍ମାନିତ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା । ଶେଷରେ ପାଣ୍ଡବ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.