ଓଡଗାଁ,୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ବାହାଡାଝୋଲା ଅଞ୍ଚଳର ୬ ଗୋଟି ପଞ୍ଚାୟତକୁ ମିଶାଇ ନୂତନ ବ୍ଳକ୍ ଗଠନ ନିମନ୍ତେ ପ୍ରସ୍ତାବିତ ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସୋମବାର ଦିନ ଭୁବନେଶ୍ଵର ଓୟୁଏଟି ଅତିଥି ଭବନରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ଭେଟି ୨ ହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କନ୍ଧମାଳ ସାଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୂଆଗାଁ ବ୍ଳକ ବାହାଡାଝୋଲା ଅଞ୍ଚଳର ୬ ଗୋଟି ପଞ୍ଚାୟତ ମଧ୍ୟରେ ବଣ ପାହାଡ଼ ଘେରା ମାଳ ଭୂମିରେ ପରିପୂର୍ଣ୍ଣ ବିଶାଳ ଆୟତନ ମଧ୍ୟରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅଧିବାସୀଙ୍କ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ପହଞ୍ଚିବାରେ ବିଳମ୍ବ ହେଉଛି । ଭୈ।ଗୋଳୀକ ଦୃଷ୍ଟି କୋଣରୁ ଏହି ଅଞ୍ଚଳଟି ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ପଛୁଆ ରହିଛି । କାପ୍ତାପଲ୍ଲୀ ଆଦିବାସୀ ବହୁଳ ପଞ୍ଚାୟତର ମକରାପଲ୍ଲୀ ଠାରୁ ନୂଆଗାଁ ବ୍ଳକ କାର୍ଯ୍ୟାଳୟ ପ୍ରାୟ ୫୦ କିଲୋମିଟରରୁ ଅଧିକ ହୋଇଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗ ପ୍ରଶାସନ ନିକଟରେ ପହଞ୍ଚିବା ସମ୍ଭବପର ହେଉନାହିଁ । ଏବଂ କିଛି ଦଲାଲ ମାନଙ୍କ ଦ୍ଵାରା ନିୟମିତ ଭାବରେ ନିରିହ ଆଦିବାସୀ ମାନେ ଶୋଷିତ ହୋଇ ଚାଲିଛନ୍ତି । ତେବେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିଲେ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସୁଫଳ ସେମାନେ ପାଇବା ସହଜ ହୋଇପାରନ୍ତା । ଏହିଭଳି ଅନେକ ସମସ୍ୟାର ନିରାକରଣ ନିମିତ୍ତ କ୍ରିୟାନୁଷ୍ଠାନ କମିଟି ସଭାପତି ସମାଜସେବୀ ନାରାୟଣ ବେହେରାଙ୍କ ନେତୃତ୍ବରେ ଉପ ସଭାପତି ଭିମଷେନ ସେଠୀ, ସମ୍ପାଦକ ତଥା ସାଂସଦଙ୍କ ପ୍ରତିନିଧି ପ୍ରସାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ଡ. ରତିକାନ୍ତ ସାମଲ, ଅଶୋକ କୁମାର ମହାପାତ୍ର, ସୁଶାନ୍ତ କୁମାର ସାହୁ, ବିଜୟ କୁମାର ସାହୁଙ୍କ ପ୍ରମୁଖ ଅଞ୍ଚଳର ବହୁ ବୁଦ୍ଧିଜିବୀ ସାଂସଦଙ୍କୁ ଭେଟି ଦାବି ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.