କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଥାନା ଅନ୍ତର୍ଗତ କୃଜଙ୍ଗା ଛକ ନିକଟରେ ଆଜି ଦିନ ଦୀପହରେ ଲୁଟ୍ ଘଟଣା ଘଟିଛି। ସୂଚନା ଅନୁସାରେ, ବୀର ନିଳକଣ୍ଠପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ଜଣେ ମହିଳାଙ୍କ ବେକରୁ ଲୁଟେରା ହଠାତ୍ ଆକ୍ରମଣ କରି ସୁନା ଚେନ ଛିଣ୍ଡାଇ ପଳାଇ ଯାଇଥିଲା।
ଅପ୍ରତ୍ୟାଶିତ ଘଟଣାରେ ସ୍ଥାନୀୟମାନେ ଭୟଭୀତ ହୋଇଥିଲେ। ସୂଚନା ପାଇବା ସହିତ ଡେରାବିଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି, ତଦନ୍ତ ଆରମ୍ଭ କରିଛନ୍ତି। ଲୁଟେରାଙ୍କୁ ସନ୍ଧାନ ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଦଳ ଗଠନ କରାଯାଇଛି।
ଏହି ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ଦିନ ସମୟରେ ଲୋକ ଚଳାଚଳ ଥିବା ରାସ୍ତାରେ ଲୁଟେରାଙ୍କର ଏହି କାରସାଜି ସ୍ଥାନୀୟ ମାନଙ୍କ ମନରେ ନିରାପତ୍ତା ନେଇ ପ୍ରଶ୍ନ ସୃଷ୍ଟି କରିଛି।ପୁଲିସ ସୂତ୍ରରୁ ଲୁଟେରାଙ୍କୁ ସତ୍ତରୁଦ୍ଧାର କରିବାକୁ ପ୍ରୟାସ ଜୋରଦାର କରାଯାଇଛି।
Sign in
Sign in
Recover your password.
A password will be e-mailed to you.