ବରମୁଣ୍ଡା ଠାରେ ରଶିଟଣା ପ୍ରତିଯୋଗିତା

0 2

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକଅନ୍ତର୍ଗତ ବରମୁଣ୍ଡା ଠାରେ ନୂଆଁଖାଇ ଉପଲକ୍ଷେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେଥି ମଧ୍ୟରୁ ରଶିଟଣା ପ୍ରତିଯୋଗିତା ଏକ ପ୍ରମୁଖ ଆକର୍ଷଣ ଥିଲା। ନୂଆଁଖାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ସର୍ବମୋଟ ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ସର୍ବ ଶେଷରେ ତାଳପଦର ଦଳ ଓ ବରମୁଣ୍ଡା ଦଳ ଫାଇନାଲ ରେ ପ୍ରବେଶ କରିଥିଲେ l ଫାଇନାଲ ରେ ବରମୁଣ୍ଡା କୁ ପରାଜିତ କରି ପୁଣି ଥରେ ଚାମ୍ପିଅନ ହୋଇଥିଲା ତାଳପଦର ଦଳ l ଏହି ଅବସରରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ l ଖେଳ ପରିଚାଳନା କରିଥିଲେ ଖେଳ ଶିକ୍ଷକ ବିଭୂତିଭୂଷଣ ସାହୁ ରଶିଟଣା ଖେଳର ଇତିହାସ ବହୁ ପୁରୁଣା ରଶିଟଣା କ୍ରୀଡ଼ାର ଉଦ୍ଭବ ପ୍ରାଚୀନ ଇଜିପ୍ଟ, ଗ୍ରୀସ୍, ଚୀନ୍, ଓ ଭାରତରୁ ହୋଇଥିଲା। ପ୍ରାଚୀନ ସମୟରେ ଏହାକୁ ‘ହୁକ୍ ପୁଲିଂ’ ବୋଲି କୁହାଯାଉଥିଲା, ଯାହା ସୈନିକଙ୍କୁ ପ୍ରଶିକ୍ଷଣ ଦେବା ଓ ଶକ୍ତି ବଢ଼ାଇବା ପାଇଁ ବ୍ୟବହୃତ ହେଉଥିଲା। ପୁରାତତ୍ତ୍ୱ ତଥ୍ୟ ସୂଚିତ କରେ ଯେ ଦ୍ୱାଦଶ ଶତାବ୍ଦୀରେ ଭାରତରେ ମଧ୍ୟ ଏହି କ୍ରୀଡ଼ା ଖୁବ ପ୍ରଚଳିତ ଥିଲା। ଏଭଳି ପ୍ରମାଣ କୋଣାର୍କ ମନ୍ଦିରର ର କାରୁକାର୍ଯ୍ୟ ରେ ଦେଖିବାକୁ ମିଳେ l
ଆଗ କାଳରେ ଗ୍ରାମ୍ୟ ମେଳା ଆୟୋଜନରେ ଏହି ଖେଳ ଗୋଟେ ସମୟରେ ସମସ୍ତଙ୍କର ଆକର୍ଷଣ ଥିଲା। କିନ୍ତୁ କାଳକ୍ରମରେ ଏହା ଧୀରେ ଧୀରେ ଲୋପ ହେବାକୁ ଲାଗିଛି। କ୍ରୀଡ଼ାପ୍ରେମୀମାନଙ୍କ କଥାନୁସାରେ ରଶି ଟଣା କ୍ରୀଡା କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଏହି ପାରମ୍ପରିକ ଖେଳର ଉନ୍ନତି ସୁନିଶ୍ଚିତ ହେବ।

Leave A Reply

Your email address will not be published.