ଓଡ଼ଗାଁ ବନାଞ୍ଚଳରେ ୧୦ ଟିକିଆ ହାତୀପଲର ପ୍ରବେଶ

0 1

ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ


ଓଡ଼ଗାଁ,୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନ ଖଣ୍ଡ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପଞ୍ଚିରିଡା ବନାଞ୍ଚଳରୁ ଓଡ଼ଗାଁ ବନାଞ୍ଚଳ ମଧ୍ୟରେ ୧୦ ଟିକିଆ ହାତୀପଲଙ୍କ ପ୍ରବେଶ ସୂଚନା ପାଇବା ପରେ ଓଡ଼ଗାଁ ରେଞ୍ଜରଙ୍କ ପରାମର୍ଶକ୍ରମେ ବନପାଳ ସରିତା ବରାଳ ନେତୃତ୍ୱରେ ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ମାନଙ୍କର ଗତି ବିଧି ଓ ଉପସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ୧୦ ଟିକିଆ ହାତୀପଲ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡ ସଂରକ୍ଷିତ ଜଙ୍ଗଲ ମଧ୍ୟସ୍ଥ ସ୍ଥାନ ମହୁଲିଆ ଅଞ୍ଚଳରେ ରହୁଛନ୍ତି । ଏବଂ ସନ୍ଧ୍ୟା ହେଲେ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଫସଲ ବାଡ଼ି ନଷ୍ଟ କରି ପୁନର୍ବାର ଜଙ୍ଗଲ ମଧ୍ୟକୁ ଫେରି ଯାଉଛନ୍ତି। ତେବେ ହାତୀମାନଙ୍କ ଗତିବିଧି ନେଇ ଓଡ଼ଗାଁ ବନବିଭାଗ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ଚାଲୁ ରଖିଛନ୍ତି । ହାତୀ ମାନଙ୍କ ଚଳପ୍ରଚଳକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଶନିବାର ଓଡ଼ଗାଁ ଓ ବାହାଡାଝୋଲା ସେକ୍ସନ ସହିତ ଓଡ଼ଗାଁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ନେଇ ବନାଞ୍ଚଳ କାର୍ଯ୍ୟାଳୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଦୁଇ ବିଭାଗ ମଧ୍ୟରେ ସମନ୍ୱୟ ରଖି ହାତୀ ମାନଙ୍କ ସୁରକ୍ଷା ନିମନ୍ତେ ହୁକ ଚେକିଙ୍ଗ୍, ଯୁଗ୍ମ ପାଟ୍ରୋଲିଙ୍ଗ୍, ମୁକୁଳା ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷିତ ଆବଦ୍ଧ ବ୍ୟବସ୍ଥା, ବିପଦ ସଙ୍କୁଳ ଅବସ୍ଥାରେ ଥିବା ଝୁଲା ଇଲେକ୍ଟ୍ରିକ୍ ତା’ରକୁ ସାରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା । ବେଆଇନ ହୁକିଙ୍ଗ ଜଣା ପଡ଼ିଲେ ଅଭିଯୁକ୍ତଙ୍କ ଘରକୁ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.