କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଗୁପ୍ତି ଘାଟ ନିକଟରେ ଆଜି ଜଣେ ସନ୍ଦିଗ୍ଧ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ଘଟଣା ଉଦ୍ଭାସିତ ହୋଇଛି । ସୂଚନା ଅନୁସାରେ, ସେହି ଯୁବକଙ୍କୁ ଅସାମାନ୍ୟ ଚାଲିଚଳନରେ ଦେଖି ସ୍ଥାନୀୟ ଲୋକ ମାନେ ସନ୍ଦେହ କରିଥିଲେ ।ପରେ ତାଙ୍କୁ ଅଟକ କରି ତଦାରଖ କରାଯାଇଥିଲା ।ଯୁବକଙ୍କ ପାଖରେ ଥିବା ବ୍ୟାଗ ଯାଞ୍ଚ କରିବା ସମୟରେ ସେଥିରୁ ଏକ ବନ୍ଧୁକ ମିଳିଥିବାରୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଅଟକ କରି ରଖିଥିଲେ । ପରେ ଘଟଣାସ୍ଥଳକୁ ପୋଲିସ ପହଁଞ୍ଚି ସମ୍ପୃକ୍ତ ଯୁବକଙ୍କୁ ନେଇଥିଲା ।ଏହି ଯୁବକଙ୍କ ପରିଚୟ କି, ସେ କେଉଁଠୁ ଆସିଥିବା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ସେ ବଙ୍ଗଳା ଭାଷାରେ କଥା ହେଉଥିବା ସୂଚନା ମିଳିଥିବାରୁ, ତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ।
ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟ ଓ ଉତ୍କଣ୍ଠା ଦେଖା ଦେଇଛି । ପୋଲିସ ପକ୍ଷରୁ ଯୁବକଙ୍କୁ ପଚରା ଉଚାର କରାଯାଉଛି ଓ ବନ୍ଧୁକର ଉତ୍ସ ନେଇ ତଦନ୍ତ ଆରମ୍ଭ ହୋଇଛି ।
Sign in
Sign in
Recover your password.
A password will be e-mailed to you.