ରାୟଗଡ଼ା: ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଂଗଠନ ପକ୍ଷରୁ ହେଉଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଶୁକ୍ରବାର ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଇ ଟି ଡି ଏ ଅଫିସ ନିକଟରେ ମା ଦକ୍ଷୀଣ କାଳୀ ଙ୍କ ପୂଜା ପାଇଁ ଗୁରୁବାର ଶୁଭ ଖୁଣ୍ଟି ସ୍ଥାପନ ଅନୁଷ୍ଟିତ ହୋଇଯାଇଛି । ପୂଜା ରେ କର୍ତ୍ତା ଭାବରେ ରାଧାକୃଷ୍ଣ ପଣ୍ଡା ପୁରୋହିତ ଭାବେ ନବୀନ ରଥ, ପ୍ରକାଶ ରଥ ଏଵଂ ଗୁପ୍ତେଶ୍ୱର ଆଚାର୍ଯ୍ୟ ଉପସ୍ଥିତ ଏହି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ପୂଜା କାର୍ଯ୍ୟ ସମ୍ପାଦନା ହେବା ପରେ କଲେଜ ନିକଟ ସିଦ୍ଧ ବିନାୟକ ମନ୍ଦିର କୁ ଯାଇ ସେଠାରେ ଥିବା ଲକ୍ଷ୍ମୀ ଙ୍କ ନିକଟରେ ପୂଜା କରାଯାଇଥିଲା ଏଵଂ କ୍ୟୁଆର କୋଡ଼ ର ଶୁଭ ଉନ୍ମୋଚନ କରଯାଇଥିଲା l ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁକାର ଙ୍କ ଅଧ୍ୟକ୍ଷତାରେ ପୂଜା କାର୍ଯ୍ୟ ର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା ହୋଇଥିଲା l କାର୍ଯକାରୀ ସଭାପତି ମିନ କେତନ ପଣ୍ଡା, ଉପ ସଭାପତି ସୋମେଶ୍ୱର ସାମଲ, ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ କମଳା କାନ୍ତ ଖୁଣ୍ଟିଆ, କୋଷାଧ୍ୟକ୍ଷ ବଳରାମ ପାଣିଗ୍ରାହୀ ଙ୍କ ସମେତ ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ରଥ, ଗୋପାଳ କୃଷ୍ଣ ପାଣିଗ୍ରାହୀ,ଗୋପିନାଥ ପାତ୍ର, ରବି ନାରାୟଣ ଶତପଥି, ରାମ ପଟ୍ଟନାୟକ, ରମେଶ ପାଣିଗ୍ରାହି, ଅକ୍ଷୟ ରାଜଗୁରୁ, ସୁରେନ୍ଦ୍ର ଆଚାର୍ଯ୍ୟ, ପ୍ରକାଶ ରାଜଗୁରୁ, ବସନ୍ତ ମିଶ୍ର, ଅଜିତ ପଣ୍ଡା, ମୁନା ପାଢ଼ୀ, ଚନ୍ଦନ ଦାସ, ରଞ୍ଜନ ପାଣିଗ୍ରାହି, ପ୍ରସାଦ ପାଇଟାଳ, ରବୀନ୍ଦ୍ର କୁମାର ସାହୁ, ପପୁ ତ୍ରିପାଠୀ,ବୁଡୁ ଗୌଡ଼, ସୋନ୍ତସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.