ଜମନକିରା (ଲିପନ ନାଏକ ): ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଚିନିମହୁଲ ଗ୍ରାମରେ ଉତ୍କଳମଣି ଯୁବକ ସଂଘ ଓ ଗ୍ରାମ୍ୟ ଉନ୍ନୟନ କମିଟି ଆନୁକୂଲ୍ୟରେ “ନୁଆଁଖାଇ ଭେଟଘାଟ ” ପାଳିତ ହୋଇଯାଇଛି l ପ୍ରଥମେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ମା ଙ୍କ ଫୋଟୋ ଚିତ୍ରରେ ଦୀପ ଧୂପ ଦେଇ ପୂଜା ଅର୍ଚ୍ଚନା କଲାପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ କୁନି ପ୍ରତିଭା ମାନେ ନିଜ ନାଚ,ଗୀତ ଅଭିଭାଷଣ ମାଧ୍ୟମରେ ସୁନ୍ଦର ଭାବରେ ପରିବେଷଣ କରିଥିଲେ ଯାହା ଦର୍ଶକ ଙ୍କ ହୃଦୟକୁ ମନମୁଗ୍ଧ କରିଥିଲା l ସେହିପରି ଏସ ଏଚ ଜି ମା ମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା ଓ ମ୍ୟୁଜିକ ଚିୟାର ଏବଂ ଛୋଟପିଲା ଙ୍କ ହାଣ୍ଡିପିଟା ଜିଲ୍ଲାବି ଖିଆ ପ୍ରତିଯୋଗିତା ମଧ୍ୟ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଚିନିମହୁଲ ଗ୍ରାମ୍ୟ କମିଟି ସଭାପତି ଚିନ୍ତାମଣି ପଧାନ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇଥିଲେ l ମୁଖ୍ୟ ଵକ୍ତା ଭାବେ ବଡ଼ରମା ସରପଞ୍ଚ ତଥା ଯୁବକ ସଂଘ ସଭାପତି ବିଜୟ କୁମାର ନାଏକ, ସନ୍ନମନୀୟ ଅତିଥି ଭାବେ ପ୍ରଫୁଲ୍ଲ ପଟେଲ, ପ୍ରଫୁଲ୍ଲ କୁମୁରା, ଅରବିନ୍ଦ ନାଏକ, ପ୍ରଶାନ୍ତ ପଟେଲ, ବୈକୁଣ୍ଠ ପଧାନ, ରଂଜିତ ବାଘ, ପଙ୍କଜ ବାଘ, ଦୀନବନ୍ଧୁ ବାଘ, ଗୁଣନିଧି ପଟେଲ, ଉତ୍କଳମଣି ଯୁବକ ସଂଘ ର ସମସ୍ତ ସଭ୍ୟ ଓ ଅଞ୍ଚଳବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଶେଷରେ କ୍ଳବ ସମ୍ପାଦକ ପଙ୍କଜ ବାଘ ଧନ୍ୟବାଦ ଦେଇ ଥିଲେ l