କେନ୍ଦୁଝର,ତା୨୯/୮- ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଆସିଛି। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ଡକାଇ ଖବର ଦେଇଥିଲେ। ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରି ବୁଝେଇବାରୁ ସେ କହିଥିଲା କି ସମ୍ପର୍କୀୟ ମାମୁଁ ପୁଅ ଭାଇ ତାକୁ ଭୁଲାଇ ଏପରି କୁକର୍ମ କରିଛି। ନାବାଳିକା ଏହି ବୟସରେ ଗର୍ଭବତୀ ହେଲେ ଘାତକ ହୋଇପାରେ ତଥାପି ଆଜି ନାବାଳିକା ମାନେ ନିଜ ପରିଚିତ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ଅସଦାଚରଣ ଦୁଷ୍କର୍ମର ଶିକାର ହେଉଛନ୍ତି। ପୋକସୋ ଆକ୍ଟରେ କଠୋର ଦଣ୍ଡ ବ୍ୟବସ୍ଥା ଥିଲେ ମଧ୍ୟ ଏହା କମୁ ନାହିଁ। ତେଣୁ ବ୍ୟାପକ ସଚେତନତା କରି ଅଭିଭାବକ ମାନେ ନିଜ ପିଲାଙ୍କ ସହ ବନ୍ଧୁ ଭଳି ବ୍ୟବହାର କରି ଭଲ ମନ୍ଦ ଉପରେ ବୁଝେଇବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଘସିପୁରା ଥାନା ପୋଲିସ ପକ୍ଷରୁ ଡାକ୍ତରୀ ମାଇନା ରିପୋର୍ଟ ପାଇବା ପରେ ଉକ୍ତ ମାମୁଁ ପୁଅକୁ ଗିରଫ କରା ଯାଇଥିବା ଜଣା ଯାଇଛି।
Sign in
Sign in
Recover your password.
A password will be e-mailed to you.