ସହୟୋଗ ଅନୁଷ୍ଠାନ ତରଫରୁ ଅନ୍ତେବାସୀଙ୍କୁ ରାସନ ସାମଗ୍ରୀ ବଣ୍ଟନ।

0

ପଦ୍ମପୁର :- ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ସହୟୋଗ ଅନୁଷ୍ଠାନ ତରଫରୁ ଆଗଲପୁର ବ୍ଲକ୍ ଅନ୍ତର୍ଗତ ବାଘଝୁଲା ଗ୍ରାମରେ ଥିବା ବୃଦ୍ଧାଶ୍ରମ (ସମୀର ଦିବ୍ୟାଙ୍ଗ ଆଶ୍ରମ) ର ଅନ୍ତେବାସୀ ମାନେ ଏହି ଗଣପର୍ବ ରେ ଯେପରି ହସ ଖୁସିରେ ନୂଆଁଖାଇ ପାଳନ କରିପାରିବେ ସେଥିପାଇଁ କିଛି ରାସନ ସାମଗ୍ରୀ ସହିତ ଫଳମୂଳ ଆଦି ପ୍ରଦାନ କରି ଅନ୍ତେବାସୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ଉଦ୍ୟମ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ଆକାଶ ପଣ୍ଡା, ଅବିନାଶ ବହିଦାର, ସୁରେଶ ଦୋରା, ରୋସନ ସାହୁ ଏବଂ ପ୍ରିତଶ ନାୟକ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀଙ୍କ ସହ କିଛି ଖୁସି ମୁହୂର୍ତ୍ତ ବିତାଇବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.