କାଶୀପୁର ରୁ ବୈକୁଣ୍ଠ ଦୁରିଆ – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡା ଠାରେ ନିର୍ମାଣ ହେବାକୁ ଯାଉଥିବା ଆଦିତ୍ୟ ଆଲୁମିନା ରୀଫେନେରି ପ୍ରକଳ୍ପ ସହାୟତାରେ ଅଞ୍ଚଳ ର ବିଭିନ୍ନ ଗ୍ରାମରେ ସି ଏସ ଆର ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ହାତକୁ ନେଇ ଅଞ୍ଚଳ ରେ ଯୋଗାଇ ଦେଇଆସୁଥିବା ବେଳେ ଆଜି ବିସ୍ଥାପିତ କଂସାରିଗୁଡା ଝୋଡ଼ିଆ ସାହି ଠାରେ ପୁଣି ଏକ ଆଦିତ୍ୟ ଆଲୁମିନା ପ୍ରକଳ୍ପ ମୂଖ୍ୟ ଶ୍ରୀ ମଜହର ବେଗ ଉପସ୍ଥିତ ରେ ମୁଖ୍ୟ ଅଥିତି ଶ୍ରୀ ହେନା ବେଗ ଜୀବିକା ଜ୍ୟୋତି ପକଳ୍ପ ର ଶୁଭ ଉଦଘାଟନ କରିଥଲେ |
ଜିବିକା ଜ୍ୟୋତି ର ମୁଖ୍ୟ ଲକ୍ଷ୍ୟ ଗ୍ରାମରେ ଥିବା ବିସ୍ଥାପିତ ମହିଳାଙ୍କୁ ସ୍ବାବଲମ୍ବୀ ଓ ରୋଜଗାର କରିବାର ଆତ୍ମ ନିର୍ଭର ଶିଳ କରାଇବା ହେଉଛି ଜିବିକା ଜ୍ୟୋତି ର ମୁଖ୍ୟ ଲକ୍ଷ୍ୟ ରହିଛି | ତା ସହିତ ଝୋଡ଼ିଆ ସାହିରେ ସ୍ୱଚ୍ଛାଲୟ, ସୋଲାର ବୋରୱେଲ ସି ଏସ ଆର ତରଫରୁ କରାଯାଇଛି
ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରକଲ୍ପ ମୂଖ୍ୟ ଶ୍ରୀ ମଜ୍ହର ବେଗ, ମୁଖ୍ୟ ଅଥିତି ଶ୍ରୀ ହେନା ବେଗ, ମାନବ ସମ୍ବଳ ଅଧିକାରୀ ଦୀପକ ମହାନ୍ତି, ସି ଏସ ଆର ମୁଖ୍ୟ ଜେନେରାଲ ମ୍ୟାନେଜେର ତନ୍ମୟ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ସ୍ୱଚ୍ଛା ସେବୀ ଅନୁଷ୍ଠାନ ଅଶାର ମୁଖ୍ୟ ସଂଜୀବ ପଟନାୟକ ଉପସ୍ଥିତ ରହି ଆଦିତ୍ୟ ଆଲୁମିନା ପ୍ରକଳ୍ପ ର ଏ ଭଳି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡ଼ିକୁ ଭୂୟସି ପ୍ରଶଂସା କରିଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା ପାଇଁ ଆଶାର ଅନୁଷ୍ଠାନ କୁ ଦିଆଯାଇଛି ଓ ଏହି କାର୍ଯ୍ୟକ୍ରମ କୁ ଆଶାର ଅନୁଷ୍ଠାନ ର କର୍ମ କର୍ତ୍ତା ମାନେ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.