ରାଜନଗର ପେଣ୍ଠ ଗ୍ରାମରେ ଆତଙ୍କ, ପୋଖରୀରୁ ୮ ଫୁଟିଆ କୁମ୍ଭୀର ଉଦ୍ଧାର ।

0

 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜନଗର ବ୍ଲକର ହାତିନା ପଞ୍ଚାୟତ ଅନ୍ତର୍ଗତ ପେଣ୍ଠ ଗ୍ରାମରେ ଜଣେ ଗ୍ରାମବାସୀଙ୍କ ପୋଖରୀରେ କୁମ୍ଭୀର ଦେଖିବାକୁ ମିଳିଥିବାରୁ ଏକ ସନ୍ତୋଷଜନକ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ସମ୍ପନ୍ନ ହୋଇଛି।

ସ୍ଥାନୀୟ ସୂଚନା ଅନୁସାରେ, ପେଣ୍ଠ ଗ୍ରାମର ବୀରେନ୍ଦ୍ର ମହାନ୍ତିଙ୍କ ପୋଖରୀରେ ଏକ ୮ ଫୁଟ ୨ଇଞ୍ଚ ଲମ୍ବର କୁମ୍ଭୀର ପ୍ରବେଶ କରିଥିଲା। ଗ୍ରାମବାସୀମାନେ କୁମ୍ଭୀରକୁ ଦେଖି ବିସ୍ମୟବିଭୋର ହେବା ସହିତ ତତ୍କ୍ଷଣାତ ବନବିଭାଗକୁ ସୂଚନା ଦେଇଥିଲେ।

ଏହି ସୂଚନା ପରେ, ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ନାୟକ, ତ୍ରିଦେବ ପ୍ରଧାନ, ସବିତା ବେହେରା ସହ ବନକର୍ମୀ ଚନ୍ଦନ ସେଠୀ, ସଞ୍ଜୟ ସେଠୀ, କଳାକାର ବେହେରା, ରାମଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ଦାସ, ଦୁର୍ଯ୍ୟଧାନ ଦାସ, ଅଞ୍ଜନ ରାଉତ ପ୍ରମୁଖ ସ୍ଥାନକୁ ପହଞ୍ଚିଥିଲେ। ସମ୍ମିଳିତ ଉଦ୍ୟମରେ ଜାଲ ବିଛାଇ କୁମ୍ଭୀରକୁ ସୁରକ୍ଷିତ ଭାବରେ ପକାଡ଼ାଯାଇଥିଲା।

ପରବର୍ତ୍ତୀକାଳରେ, ବନଖଣ୍ଡ ଅଧିକାରୀ ଭରତ ରଜ ଗାଓଁଙ୍କରଙ୍କ ନିର୍ଦ୍ଦେଶାନୁସାରେ ଏହି କୁମ୍ଭୀରକୁ ଭିତରକନିକା ଜାତୀୟ ଉଦ୍ୟାନର ହାବେଳ କ୍ରିଜରେ ପ୍ରାକୃତିକ ବାସସ୍ଥାନକୁ ଛାଡ଼ିଦିଆଯାଇଛି।

ଗ୍ରାମବାସୀଙ୍କ ସଚେତନତା ଓ ବନବିଭାଗର ତୁରନ୍ତ ପଦକ୍ଷେପରୁ ଏକ ବଡ଼ ଅପମୃତ୍ୟୁ ହେବାରୁ ରୋକାଯାଇଛି।

Leave A Reply

Your email address will not be published.