ପୁରୁଷୋତ୍ତମପୁର ଭାଜପା ନଗର ସଭାପତି ଚୟନ ନିମନ୍ତେ ବୈଠକ

0

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଘୁମୁସର ଆସ୍କା ସଭାପତି ଶ୍ରୀ ବିଜୟ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଘୁମୁସର ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥୀବିରାଜ ମହାପାତ୍ରଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର , ଯୋଗୀନ୍ଦ୍ର ଗୈଡ, ଟୁକୁନା ବେହେରା , ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା ଏବଂ ସମସ୍ତ ବୁଥ୍ ସଭାପତି , ପୁରାତନ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଅନୁଷ୍ଠିତ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀ ନିଳାଞ୍ଚଳ ମହାରଣା (ନିଲେସ୍) ଙ୍କୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ଏନ୍ ଏ ସି ର ନୂତନ ମଣ୍ଡଳ ସଭାପତି ଚୟନ କରି ଅନୁମୋଦନ ପାଇଁ ଜିଲ୍ଲା ସଭାପତି ଙ୍କ ନିକଟକୁ ପ୍ରେରଣ କରାଗଲା। ଜିଲ୍ଲା ସଭାପତିଙ୍କ ଅନୁମୋଦନ ପରେ ବିଦ୍ଧି ବଦ୍ଧ ଭାବେ ସଭାପତି ଙ୍କ ନାମ କୁ ଘୋଷଣା କରାଯିବ ଏବଂ ୱାର୍ଡ କମିଟି ଚୟନ ହେବ ବୋଲି ପୃଥ୍ଵୀ ରାଜ ମହାପାତ୍ର କହିଛନ୍ତି |

Leave A Reply

Your email address will not be published.