ପାରଳା ବିଧାୟକଙ୍କ ସୁପାରିଶ ରେ ହାଇଟେକ ମେଡିକାଲ ତରଫରୁ ବୁଦୁରା ପଞ୍ଚାୟତର କିତିଙ୍ଗି ଗ୍ରାମରେ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଅଧୀନରେ ଥିବା କିତିଙ୍ଗିି ଗ୍ରାମରେ କିଛି ଦିନ ହେଲା ଲୋକମାନେ ଗୋଡ଼ ହାତ ବିନ୍ଧା ହୋଇ ଜ୍ୱରରେ ପୀଡିତ ହୋଇଥିଲେ। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଶୁକ୍ରବାର ଦିନ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥୁବା ଜାଣିବା ପରେ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଆଲୋଚନା ସହ ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ହାଇଟେକ ମେଡିକାଲ କଲେଜ ତରଫରୁ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ଶିବିର କିତିଙ୍ଗି ଓ ଖାଣ୍ଡବା ଗ୍ରାମରେ ଆୟୋଜନ କରିବା ପାଇଁ ନିଷ୍ପତି ନେଇଥିଲେ।
ବିଧାୟକଙ୍କ ନିଷ୍ପତି ଅନୁସାରେ କିତିଙ୍ଗି ଗ୍ରାମ ଠାରେ ଥିବା ଓ.ଏସ.ଡି. ଏ ଟ୍ରେନିଂ ସେଣ୍ଟର ପରିସରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠାନିକ ଭାବେ ବିଧାୟକ ରୁପେଶ ପାଣିଗ୍ରାହୀ ଉଦ୍ଘାଟନ କରି କାଶୀନଗର , ବୁଦୁରା ଓ କିତିଙ୍ଗି ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମାଗଣା ରେ ଯାଞ୍ଚ କରି ଔଷଧ ମଧ୍ୟ ଶିବିର ରେ ବିତରଣ କରାଯାଇଥିଲା।ଗ୍ରାମବାସୀ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ବେଳେ କିଛି ଜଣକ ଚିକେନ ଗୁନିଆ ଥିବା ଜଣା ପଡିବା ପରେ ବିଧାୟକ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଖାଣ୍ଡବ ଓ ବୁଦୁରା ପଂଚାୟତ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ସ୍ୱଚ୍ଛତା ଅବଲମ୍ବନ କରି ନିଜ ଘର ତଥା ଗ୍ରାମ ର ଚତୁଃପାର୍ଶ୍ଵ ପରିଷ୍କାର ପରଚ୍ଛନ୍ନ୍ନତା ରକ୍ଷା କରି ନିଜ ପରିବାର ର ଯତ୍ନ ନେବା ପାଇଁ ପରାମର୍ଶ ଦେଇ ପ୍ରତ୍ୟେକ ତିନି ମାସରେ ଥରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରିବା ପାଇଁ ପ୍ରତିଶୃତି ଦେଇ କିତିଙ୍ଗି ଗ୍ରାମରେ ଡ୍ରାଇନେଜ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ଉପସ୍ଥିତ ଥିବା ପଂଚାୟତ ସମିତି ସଦସ୍ୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା , ବୁଦୁରା ସମିତି ସଭ୍ୟ ବି.ବାବୁ ରାଓ , ଖାରଡ଼ା ସରପଞ୍ଚ ଅଖିଳ ପାତ୍ର , ଖାଣ୍ଡବା ସରପଞ୍ଚ ଓ ସମିତି ସଭ୍ୟ ଜଗନ୍ନାଥ ଦୋରା , କୀଡୀଗାଁ ସମିତି ସଭ୍ୟ ଶ୍ରୀଧର , ପର୍ତ୍ତଡା ସରପଞ୍ଚ କୁମାରୀ ରଇତ କାଶୀନଗର ଉପାଧ୍ୟାକ୍ଷ ରଘୁରାମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
କାଶୀନଗର ମେଡିକାଲ ଅଫିସର ସୋମ୍ୟରଞ୍ଜନ ଦାଶ , ଖାଣ୍ଡବା ଡ଼କ୍ଟର ଙ୍କ ସହ ବୁଦୁରା ପଂଚାୟତ ସ୍ୱାସ୍ଥ୍ୟ କର୍ମୀ , ସୁପେରଭାଇଜର ସି.ଆର. ପି , ଏମ୍.ବି.କେ ମାନେ ଶିବିର ରେ ପହଂଚି ସହଯୋଗ କରିଥିଲେ।

Leave A Reply

Your email address will not be published.