ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୮/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ ଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ୧୩ ଟି ଓ ସାମୁହିକ ୬ ଟି ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣି ରେ ଆଚମ୍ବିତ କଲା ଭଳି ଡାବୁଗାଁ ଗ୍ରାମବାସୀଙ୍କ ତରଫରୁ ଏକ ଭିନ୍ନ ଅଭିଯୋଗ କରାଯାଇଥିଲା।ପୂର୍ତ୍ତ ବିଭାଗ ତରଫରୁ ଚାଲିଥିବା ଡାବୁଗାଁ – ମାନିଗାଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ୬ ଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ସମାପ୍ତ ହୋଇ ନ ଥିବାରୁ ରାସ୍ତା କାର୍ଯ୍ୟ କୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ରଖିବା ପାଇଁ ଗୁହାରୀ କରିଥିଲେ।ବାରମ୍ବାର ଅଭିଯୋଗ କରି ଆମ ଗ୍ରାମ ବାସୀଙ୍କ ଦେହ ସୁହା ହୋଇଥିବାରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ସମ୍ପୂର୍ଣ ନ କରିବାକୁ ଗୁହାରୀ କରାଯାଇଥିଲା। ଏହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ରେ ସ୍ବଚ୍ଛତା ଓ ଶୀଘ୍ର କାର୍ଯ୍ୟ ସାରିବାକୁ ପୂର୍ବରୁ ବାରମ୍ବାର ଅଭିଯୋଗ ପ୍ରକୋଷ୍ଠରେ ଦେଇ ଆସୁଥିଲେ ସୁଦ୍ଧା କାର୍ଯ୍ୟ ନିମ୍ନ ମାନର ହେବା ସହ ଧାର୍ଯ୍ୟ ସମୟରୁ ଏକ ବର୍ଷ ଅଧିକ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ଡାବୁଗାଁ ତହସିଲ ରେ ସ୍ଥାୟୀ ତହସିଲଦାର ନ ଥିବାରୁ ଡାବୁଗାଁ ବିଡିଓ ଶରତ ମାଝୀ ଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆ ଯାଇଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି।ଶୀଘ୍ର ଜଣେ ସ୍ଥାୟୀ ତହସିଲଦାର ଅବସ୍ଥାପିତ କରାଯିବାକୁ ଅଭିଯୋଗ ହୋଇଥିଲା। ଜୟନ୍ତୀ ନଗର ସାହି କୁ ନୂତନ ରାସ୍ତା ନିର୍ମାଣ, ଘୋଡାଖୁଣ୍ଟା ରେ ବିଦ୍ୟୁତ୍ ସମସ୍ୟା ଦୂର କରିବା,ଧୂଳିଆ ଗୁଡା ଓ ମୁଣ୍ଡି ଗୁଡା କୁ ରାସ୍ତା ତଥା ଡାବୁଗାଁ ସଦର ଡଙ୍ଗର ଗୁଡା କୁ ସ୍ଥାୟୀ ରାସ୍ତା ଓ ବିଦ୍ୟୁତ ଯୋଗାଇ ଦେବାକୁ ଅଭିଯୋଗ ହୋଇଥିଲା। ଡାବୁଗାଁ ବ୍ଲକ ର ଶତାଧିକ ଚାଷୀ ଯୁଗ୍ମ ଅଭିଯୋଗ ଶୁଣାଣି ସମୟରେ ସାର ଯୋଗାଇବା ନେଇ ଧାରଣା ଓ ବିକ୍ଷୋଭ କରିବାରୁ ଆଜି ଶିବିରରେ କମ୍ ସଂଖ୍ୟକ ଅଭିଯୋଗ ହୋଇଥିଲା ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚିଁ ନାରାୟଣ ଦରୱାନ , ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା କୃଷି ଅଧିକାରୀ ସୁଧୀର ବେହେରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ ,ଡାବୁଗାଁ ବିଡିଓ ଶରତ କୁମାର ମାଝୀ,ବିଇଓ ରଶ୍ମିତା ନେତାମ୍, ସିଡ଼ିପିଓ ମିନତି ଦାସ, ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.