ଇଭିଏମ/ଭିଭିପାଟ ସମ୍ପର୍କରେ ସଚେତନତା ରଥ

0

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ  ଚେରଙ୍ଗାଝାଞ ଗ୍ରାମରେ ଓଡିଶା ନିର୍ବାଚନ ଆୟୋଗ ଙ୍କ ଦ୍ବାରା ଆୟୋଜିତ ଇଭିଏମ/ଭିଭିପାଟ ସଚେତନତା ରଥ ଦ୍ବାରା ଗ୍ରାମର ୧୦୯ ଜଣ ମହିଲା ଓ ପୁରୁଷ ଭୋଟରଙ୍କୁ ଇଭିଏମ/ଭିଭିପାଟ ମେସିନ ବିଷୟରେ  ସଚେତନତା ସୃଷ୍ଟି କରାଯାଇଥିଲା | କେମିତି ଇଭିଏମ ରେ ଭୋଟ  ଦେଲାପରେ ଆମେ ଭିଭିପାଟ ମେସିନ ର ଝରକା ତାହା ୭ ସେକଣ୍ଡ  ପାଇଁ ଦେଖିବା ପରେ ଆମେ ଯେଉଁ ଚିହ୍ନରେ ଭୋଟ ଦେଲା ତାହା କାଗଜରେ ଛାପିହୋଇ ଭିଭିପାଟ ବକ୍ସରେ ରହିବ ଓ  ଭୋଟଦାନର ସୁବିଧାଜନକ ଢଙ୍ଗରେ କେମିତି କରିହେବ , ସେ ବିଷୟରେ ବୁଝାଇ ଥିଲେ।ନିର୍ବାଚନ  ଆୟୋଗଙ୍କ ତରଫରୁ ପାଇକମାଲ ବ୍ଲକ ଯେ ରାଜକୁମାର ସାହୁ, ବ୍ଲକ ବେଵା ଗୁରୁଚରଣ ଦାସ, ବ୍ଲକ ଦେଓ ଶୁକଦେବ ସାହୁ, ବ୍ଲକ ପିଅନ ହେମନ୍ତ କୁମାର ଦେହେରୀ, ଥାନା କନେଷ୍ଟବଳ ରାଜେଶ ବାଗ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.