ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆକୁଳ ଭରା ଚିଠି

0

“ମୋ ପରି ଆଉ କିଏ ବାପା ସ୍ନେହରୁ ବଂଚିତ ନହେଉ, ଆଉ କାହା ପରିବାର ଉଜୁଡି ନଯାଉ”

http://www.youtube.com/watch?v=AQpCB97hNnc 

ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନୀଳ ଦୀପ : ସାରାରାଜ୍ୟରେ ଧୂମଧାମରେ ପବିତ୍ର ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା ବେଳେ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଝରଣା ଗିଙ୍ଗିରା ଓଡିଶାର  ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି  ଏକ ଆବେଗ ଭରା ଖୋଲା  ଚିଠି | ଆଉ କରିଛନ୍ତି ଆକୁଳ ଭର ନିବେଦନ | ଆଉ ସେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ନିଶ୍ଚିତ ଭଣେ ଯାହାର ହୃଦୟ ହେଲେ ବି କରୁଣା ଓ ଅନୁକ୍ଷମ୍ପରେ ବଘାରି ଦେବା | ଲେଖିବା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି..ଉକ୍ତ ଚିଠିରେ ଅତ୍ୟନ୍ତ ଭାବାବେଗର ସହିତ ସମାଜ ଉପରେ  ମଦର କୁପ୍ରଭାବ ପଡ଼ି କିଭଳି କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଇ ଯାଉଛି ତାହା ବର୍ଣନା କରିଛନ୍ତି..ପ୍ରକାଶ ଥାଉ କି ବିଦ୍ୟାଳୟର କ୍ୟାବିନେଟ ମୁଖ୍ୟମନ୍ତ୍ରୀ ଝରଣା ଗିଙ୍ଗିରା ନିକଟ ଅତୀତରେ ମଦ ଯୋଗୁଁ ପିତୃହୀନ ସାଜିଛନ୍ତି..ତାଙ୍କ ପରିବାର ଏବେ ନିରାଶ୍ରୟ କେବଳ ମାତ୍ର ମଦ ପାଇଁ ତାଙ୍କ ବାପାଙ୍କ ଯକୃତ ଖରାପ ହୋଇ ଦେହାନ୍ତ ହୋଇଛି | ତାଙ୍କ ପରି ଆଉ କିଏ ବାପା ସ୍ନେହରୁ ବଂଚିତ ନହେଉ, ଆଉ କାହା ପରିବାର ଉଜୁଡି ନଯାଉ | ଅତ୍ୟନ୍ତ ଉଦବେଗର ସହିତ ଏହି ବିଷୟକୁ ଉପସ୍ଥାପନ କରି ନିଜର ବେଦନାକୁ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି. ଗ୍ରାମରେ ତାଙ୍କ ବାପାଙ୍କ ଭଳି ଅଧିକାଂଶ ଅଭିଭାବକ ମଧ୍ୟ ଅନୁରୂପ ଭାବେ ମଦ୍ୟପାନ କରୁଥିବା ଯୋଗୁଁ ଗ୍ରାମର ସମସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଟାଣି ହେଉଥିବାର ଉଲ୍ଲେଖ କରିଛନ୍ତି |  ମଦରୁ ଅନେକ ରାଜସ୍ବ ମିଳୁଥିବା କହି ନିଜ ଜୀବନକୁ ବାଜି ଲଗେଇ ବିକାଶର ସ୍ବପ୍ନ ଦେଖିବା ଉଚିତ ନୁହେ ବୋଲି କହିଛନ୍ତି |  ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ଘଟିବ ତାହାପାଇଁ ଓଡିଶାକୁ ମଦମୁକ୍ତ ରାଜ୍ୟ ରୂପେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ଆଗାମୀ କାଲିର ଭବିଷ୍ୟତ ଶିଶୁ ମାନଙ୍କ କଥା ନିଶ୍ଚିତ ଭାବେ ଶୁଣିବେ ବୋଲି ଆଶା ପ୍ରକଟ କରିଛନ୍ତି | .

Leave A Reply

Your email address will not be published.