ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗ୍ରାମରେ ଥିବା ଏକ ବିବାଦୀୟ ଚାଷ ଜମିକୁ ନେଇ ଦୀର୍ଘ ଦିନ ହେବ ମୁହାଁମୁହିଁ ଅବସ୍ଥାରେ ଥିଲେ ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ଦୋଡ଼ଙ୍ଗା ଗ୍ରାମର ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀ I ଏନେଇ କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ରୋକିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ଗଠନ କରିଛି ଏକ ଶାନ୍ତି କମିଟି I ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ଗାଙ୍ଗପୁର ଥାନା ପରିସରରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ମିଶ୍ର,ବେଲଗୁଣ୍ଠା ଅତିରିକ୍ତ ତହସିଲଦାର,ପାଇଲିପଡ଼ା ରାଜସ୍ୱ ନିରିକ୍ଷକ ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର ବୈଠକରେ ଶାନ୍ତି କମିଟି ଗଠନ କରାଯାଇଛି I ଏହି କମିଟିରେ ବଡ଼ଦୋଡ଼ଙ୍ଗା ଗ୍ରାମର ଉଭୟ ସବର୍ଣ୍ଣ ଏବଂ ଅସବର୍ଣ୍ଣ ଗୋଷ୍ଠୀର ପାଞ୍ଚ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି I ଶାନ୍ତି କମିଟିର ନିଷ୍ପତି କ୍ରମେ ସେହି ବିବାଦୀୟ ସରକାରୀ ଜମିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି I ଏହି ଜମିରେ ଗ୍ରାମର କୌଣସି ଗୋଷ୍ଠୀ ପ୍ରବେଶ ନକରିବା ସହିତ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜୟ ରଖିବାକୁ ସମ୍ମତି ଜଣାଇଛନ୍ତି I ବୈଠକ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଥିବା ପ୍ରକାଶ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ I
Sign in
Sign in
Recover your password.
A password will be e-mailed to you.