ଲଣ୍ଡାବାଦୁରେ ଖଣ୍ଡା ଆକ୍ରମଣ ଘଟଣା,ଦୋଷୀକୁ ୭ ବର୍ଷ କାରାଦଣ୍ଡାଦେଶ

0 2

ଓଡ଼ଗାଁ,୨୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଲଣ୍ଡାବାଦୁ ଗାଁରେ ଗୃହ ନିର୍ମାଣକୁ କେନ୍ଦ୍ରକରି ସେହି ଗ୍ରାମର କାଶିନାଥ ବାରିକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଜିତେନ୍ଦ୍ର ବାରିକଙ୍କ ନାମରେ ଓଡ଼ଗାଁ ଅଦାଲତରେ ଚାଲିଥିବା ମୋକଦମାର ବିଚାର କରି ଓଡ଼ଗାଁ ସହକାରୀ ଦୈ।ରାଜଜ ଜନ୍ମେଜୟ ଦାସ ବୁଧବାର ମାମଲାର ଶୁଣାଣି କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଦୋଷୀ ଜିତୁ ବାରିକଙ୍କୁ ୭ ବର୍ଷ କାରାଦଣ୍ଡା ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତାକୁ ଜେଲ୍ ପଠାଇ ଦିଆଯାଇଛି । ସରକାରୀ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ ମୋକଦମାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.