ଗୁଣପୁର ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0 2


ଗୁଣପୁର ତା:୨୦-୦୮-୨୦୨୫ରିଖ ଦିନ ଗୁଣପୁର ବ୍ଲକ ପରିସରରେ ସ୍ୱତନ୍ତ୍ର ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ବ୍ଲକର ୧୯ଟି ପଞ୍ଚାୟତରୁ ଆସିଥିବା ୩୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ଡାକ୍ତର ମନେ ପରୀକ୍ଷା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ଥିଶଲ୍ୟ, ଦୃଷ୍ଟି, ଭେଷଜ ଓ ସାଧାରଣର ୦୪ଡାକ୍ତର ଆସି ସମସ୍ତ ଦିବ୍ୟାଙ୍ଗଙ୍କୁ ପରୀକ୍ଷା କରିଥିଲେ । ୧୬୮ଜଣ ଅସ୍ଥିଶଲ୍ୟ ବା ହାତ, ଗୋଡ଼ ବାଧିତ, ୪୧ଜଣ ମାନସିକ ଅନଗ୍ରସର, ୪୬ଜଣ ଦୃଷ୍ଟି ବାଧିତଙ୍କୁ ପରୀକ୍ଷା କରିବା ସହ ସେମାନଙ୍କୁ ପ୍ରମାଣପତ୍ର ପଦାନ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସେମାନଙ୍କ ନାମ ସୁପାରିଶ କରାଯାଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ସୂଚନା ଦେଇଛନ୍ତି । ୦୪ଜଣଙ୍କୁ କାନ, ଆଶାବାଡି ଆଦି ସହାୟତା ଉପକରଣ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ଉଦଘାଟନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ସହାୟକ ଆଶୁତୋଷ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.