୩୦୦ ବସ୍ତା ସାରକୁ ଏକ ହଜାର ଚାଷୀ

0 2

ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା, 

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): . ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତି ରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା କରୁଥିବା ବେଳେ ବ୍ୟାପକ ଚାଷୀ ସାର ନେବା ପାଇଁ ସମାଗମ ହୋଇଛନ୍ତି ଖଡିଆଳ ଠାରେ ସାର ବଣ୍ଟନ ପାଇଁ ବିଭାଗ ପକ୍ଷ ରୁ ପ୍ରସ୍ତୁତ ହେଉଥିବା ବେଳେ ୩୦୦ ବସ୍ତା ୟୁରିଆ ସାର କୁ ଏକ ହଜାର ଚାଷୀ ଆସିଛନ୍ତି। ଫଳରେ ସମବାୟ ସମିତି କାର୍ଯ୍ୟାଳୟ ରେ ଉତ୍ତେଜନା ଲାଗିରହିଛି। ସାମ୍ବାଦିକ ମାନେ ପୋଲିସ କୁ ଯୋଗା ଯୋଗ କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଘଟଣା ସ୍ଥଳ ରେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ନିର୍ଦ୍ଧେଶ କ୍ରମେ ପୋଲିସ କର୍ମଚାରୀ ଆସି ସ୍ଥିତି କୁ ନିୟନ୍ତ୍ରଣ କରିଛନ୍ତି। ସାର୍ ଯୋଗାଣ ରେ ଚାଷୀ ଅପେକ୍ଷା କରିଥିବା ବେଳେ ଦିଆ ଯିବା ନେଇ ଅନିଶ୍ଚିତ ଲାଗି ରହିଅଛି।

Leave A Reply

Your email address will not be published.